Advertisment

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଦେଖାଇବାକୁ ଆସୁଥିବା ବେଳେ ଘାଟିରେ ଓଲଟିଲା ବସ୍‌

ବସ୍‌ ଭିତରେ ଫସି ରହିଥିବା ତୀର୍ଥ ଯାତ୍ରୀଙ୍କୁ ଉଦ୍ଧାର କରି ଦିଗପହଣ୍ଡି ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ଦୁର୍ଘଟଣାରେ ୧୦ରୁ ଅଧିକ ଆହତ ହୋଇଛନ୍ତି। ୩ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି।

ଅଦ୍ୟତନ ହୋଇଛି
Bus Accident

Bus Accident

Advertisment

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଦେଖାଇବାକୁ ଆସୁଥିବା ବେଳେ ଘାଟିରେ ଓଲଟିଲା ବସ୍‌। ଆଜି ସନ୍ଧ୍ୟା ବେଳେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟିରେ ଘଟିଛି। ବସ୍‌ ଦୁର୍ଘଟଣାରେ ୧୦ରୁ ଅଧିକ ତୀର୍ଥ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି।

Advertisment

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଦେଖାଇବା ପାଇଁ କୋରାପୁଟ୍‌ ଜିଲ୍ଲା ପ୍ରଶାସନ ୫ଟି ବସ୍‌ରେ ଲୋକଙ୍କୁ ପୁରୀ ଅଭିମୁଖେ ଆଣୁଥିଲା। ୪ଟି ବସ୍‌ ଯାଇଥିବା ବେଳେ ଶେଷ ସ୍ଲିପ୍‌ର କୋଚ୍‌ ବସ୍‌ରେ ୪୨ ଜଣ ତୀର୍ଥ ଯାତ୍ରୀ ଥିଲେ। ବସ୍‌ଟି ଆସୁଥିବା ବେଳେ ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟିର ପାଳୁଖୋଳା ନିକଟରେ ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକେ ଓ ମୋହନା ଅଗ୍ନିଶମ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଥିଲେ।

ବସ୍‌ ଭିତରେ ଫସି ରହିଥିବା ତୀର୍ଥ ଯାତ୍ରୀଙ୍କୁ ଉଦ୍ଧାର କରି ଦିଗପହଣ୍ଡି ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ଦୁର୍ଘଟଣାରେ ୧୦ରୁ ଅଧିକ ଆହତ ହୋଇଛନ୍ତି। ୩ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ତେବେ କେଉଁ ପରିସ୍ଥିତିରେ ବସ୍‌ ଦୁର୍ଘଟଣା ଘଟିଲା, ତାହା ଜଣାପଡ଼ି ନାହିଁ। ତୀର୍ଥ ଯାତ୍ରୀଙ୍କ କହିବା ଅନୁସାରେ ବସ୍‌କୁ ହେଲ୍‌ପର ଚଳାଉଥିଲେ। ସେ ଘାଟିରେ ଦ୍ରୁତ ଗତିରେ ବସ୍‌ ଚଲାଉଥିବାରୁ ଏପରି ଦୁର୍ଘଟଣା ଘଟିଛି।

Advertisment

ରିପୋର୍ଟ- ମୋହନାରୁ ମିହିର ଜତି

Ganjam Accident Bus Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe