Advertisment

ବସ୍‌-ହାଇୱା ମୁହାଁମୁହିଁ ଧକ୍କା

ହାଇୱା ଡ୍ରାଇଭର ଗାଡ଼ି ଭିତରେ ଚାପି ହୋଇ ରହିଯାଇଥିଲେ।

Accident

Accident

Advertisment

ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଗାଜଲବାଡ଼ିର ଆମ୍ବକୋଣ ନିକଟରେ ଆଜି ଏକ ଯାତ୍ରୀବାହୀ ବସ୍‌ ଓ ହାଇୱା ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ହାଇୱା ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ବେଳେ ଅଳ୍ପକେ ବର୍ତି ଯାଇଛନ୍ତି ବସ୍‌ରେ ଥିବା ୫୦ରୁ ଅଧିକ ଯାତ୍ରୀ।

Advertisment

ବସ୍‌ଟି ବ୍ରହ୍ମପୁରରୁ ବାଲିଗୁଡ଼ା ଅଭିମୁଖେ ଯାଉଥିଲା। ବସ୍‌ଟି ଗାଜଲବାଡ଼ି ଘାଟି ଉଠିବା ପୂର୍ବରୁ ବିପରୀତ ଦିଗରୁ ଆସୁଥିବା ହାଇୱା ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଉଭୟ ଗାଡିର ସମ୍ମୁଖ ଭାଗ ସମ୍ପୂର୍ଣ ଭାଙ୍ଗି ଯାଇଛି।

ବସ୍‌ର କୌଣସି ଯାତ୍ରୀଙ୍କର କିଛି ହୋଇନଥିବା ବେଳେ ହାଇୱା ଡ୍ରାଇଭର ଗାଡ଼ି ଭିତରେ ଚାପି ହୋଇ ରହିଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିଥିଲେ।

Advertisment

ବୁଲାଣି ରାସ୍ତାରେ ଏହି ଦୁର୍ଘଟଣା ଘଟିଥିବା ବେଳେ ତାଙ୍କ ଜଙ୍ଗଲ ଅଞ୍ଜଳ ହୋଇଥିବାରୁ ଯାତ୍ରୀମାନେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାରେ ସମସ୍ୟା ଦେଖାଦେଇଥିଲା। ଖବର ପାଇ ସୋରଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ ଘଟଣାର ତଦନ୍ତ କରୁଛି।

Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe