Advertisment

ପୋଲରୁ ଖସିଲା, ରେଳୱେ ଟ୍ରାକ୍‌ରେ ପଡ଼ିଲା ଯାତ୍ରୀବାହୀ ବସ୍‌

ଏକ ଯାତ୍ରୀବାହୀ  ବସ୍‌ ଏକ ପୋଲର ବାଡ଼ା ଡେଇଁ ତଳେ ଥିବା ରେଲୱେ ଟ୍ରାକ୍‌ରେ ଖସି ପଡ଼ିଥିଲା।

author-image
Niharika Rout
Accident

Accident

ରାଜସ୍ଥାନୀର ଦଉସାରେ ଗତକାଲି ବିଳମ୍ବିତ ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ  ବସ୍‌ ଏକ ପୋଲର ବାଡ଼ା ଡେଇଁ ତଳେ ଥିବା ରେଲୱେ ଟ୍ରାକ୍‌ରେ ଖସି ପଡ଼ିଥିଲା। ଏହି ଦୁର୍ଘଟଣାରେ ୪ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ବହୁ ଜଣ ଗୁରୁତର ହୋଇଛନ୍ତି ।

Advertisment

ହରିଦ୍ୱାରରୁ ଜୟପୁର ଯାଉଥିବା ଏକ ବସ୍‌ ଗତ ରାତିରେ ୨୧ ନଂ ଜାତୀୟ ରାଜପଥ ଅତିକ୍ରମ କରୁଥିଲା। ରାତି ପ୍ରାୟ ୨ଟା ପରେ ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ। ଫଳରେ ବସ୍‌ଟି ଏକ ପୋଲର ବାଡ଼ାରେ ପିଟି ହୋଇ ତଳେ ଥିବା ରେଲୱେ ଟ୍ରାକ୍‌ରେ ଖସି ପଡ଼ିଥିଲା। ଏହି ଦୁର୍ଘଟଣା ପରେ ବସ୍‌ଟି ସମ୍ପୂର୍ଣ୍ଣ ଚେପା ହୋଇ ଯାଇଛି।

ଖବର ପାଇ ତୁରନ୍ତ ପୁଲିସ୍‌, ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

Advertisment

ବସ୍‌ଟି ରେଳ ଧାରଣା ଉପରେ ପଡ଼ିଯାଇଥିବାରୁ ତୁରନ୍ତ ଉକ୍ତ ଲାଇନ୍‌ରେ ରେଳ ଚଳାଚଳକୁ ବନ୍ଦ କରି ଦିଆଯାଇଛି। ଖବର ଲେଖା ହେବ ପର୍ଯ୍ୟନ୍ତ ରେଳ ଧାରଣାରୁ ବସ୍‌ ହଟି ନ ଥିବା ଜଣାଯାଇଛି।

Rajasthan Road Accident