Advertisment

ନେପାଳରୁ ପୁରୀ ଯାଉଥିଲେ ତୀର୍ଥଯାତ୍ରୀ, ବାଟରେ ବସ୍‌ ଦୁର୍ଘଟଣାଗ୍ରସ୍ତ

ବସ୍‌ରେ ପ୍ରାୟ ୬୦ ଜଣ ତୀର୍ଥଯାତ୍ରୀ ଥିଲେ।

author-image
Jitendra Garnayak
Bus

Bus

ନେପାଳରୁ ଆସିଥିବା ପ୍ରାୟ ୬୦ ଜଣ ତୀର୍ଥଯାତ୍ରୀଙ୍କୁ ନେଇ ପୁରୀ ଅଭିମୁଖେ ଯାଉଥିବା ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ବାଲେଶ୍ୱର ଜିଲ୍ଲା ସୋର କଲେଜ ଛକ ନିକଟରେ ୧୬ ନମ୍ବର ଜାତୀୟ ରାଜପଥରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌କୁ ବସ୍‌ଟି ପଛପଟୁ ଧକ୍କା ଦେଇଥିଲା। ଫଳରେ ବସ୍ ଡ୍ରାଇଭରଙ୍କ ସମେତ ୨୧ ଜଣ ଆହତ ହୋଇଛନ୍ତି।

Advertisment

ବସ୍‌ ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି। ଅନ୍ୟମାନଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆଜି ଭୋରରେ ଏହି ଘଟଣା ଘଟିଥିଲା। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ବସ୍‌ରୁ ଆହତମାନଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

Advertisment

ରିପୋର୍ଟ- ସୋରରୁ ନିରଞ୍ଜନ ବେହେରା

Accident Road Accident