ମୃତ୍ୟୁର ଭୟଙ୍କର ରୂପ !ଚାଲୁଛି ଗାଡି ଟଳି ପଡିଲେଣି ଡ୍ରାଇଭର | Odisha Reporter
ବୁଧବାର ଦିନ ୧୧ଟାରେ ଘଟିଛି ଏକ ଅଭାବନୀୟ ଘଟଣା । ୪୦ ବର୍ଷୀୟ କିରଣ କୁମାର ବେଙ୍ଗାଲୁରୁ ନେଲାମଙ୍ଗଳାରୁ ଦାସନପୁରାକୁ ବସ୍ ନେଇ ଯାଉଥିଲେ । ବିଚ୍ ରାସ୍ତାରେ ସେ ଗାଡ଼ି ନେଇ ଯାଉଥିବା ବେଳେ ହଠାତ୍ ତାଙ୍କର ହାର୍ଟଆଟାକ୍ ହୋଇଥିଲା । ହାର୍ଟଆଟାକ୍ ହେବାରୁ ସେ ଛାତିକୁ ଧରି ନିଜ ବାମପଟକୁ ପଡ଼ି ଯାଇଥିଲେ। ଡ୍ରାଇଭରଙ୍କୁ ହୃଦଘାତ ହେବାରୁ ବସ୍ଟି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା । ଏହି ସମୟରେ ଗାଡ଼ିଟି ବିଏମଟିସିର ଆଉ ଏକ ବସ୍ରେ ଘଷି ହୋଇଯାଇଥିଲା। ତେବେ ବସ୍ର କଣ୍ଡକ୍ଟର ଉପସ୍ଥିତି ବୁଦ୍ଧି ଖଟାଇ ସିଧା ଡ୍ରାଇଭର ସିଟ୍କୁ ଜମ୍ପ ମାରିଥିଲେ ଓ ବ୍ରେକ୍ ଦେଇ ଗାଡ଼ି ରୋକିଥିଲେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
