Advertisment

ବସ୍‌ ଡ୍ରାଇଭରଙ୍କ ଛାତିରେ ପଶିଗଲା ଲୁହା ରଡ୍‌

ଅଗ୍ନିଶମ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଜି.ଉଦୟଗିରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ବସ୍‌ ଚାଳକଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବାରୁ ବ୍ରହ୍ମପୁର ବଡ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଉଥିଲା।

Accident

Accident

Advertisment

ମାକ୍ସ ପିକ୍‌ଅପ୍‌ ପିଟିଦେବାରୁ ବସ୍‌ ଡ୍ରାଇଭରଙ୍କ ଛାତିରେ ପଶିଗଲା ଲୁହା ରଡ୍‌! ଯେଉଁଥିପାଇଁ ତାଙ୍କର ମୃତ୍ୟୁ ଘଟିଛି। ଏଥିସହ ୧୩ ଜଣ ବସ୍‌ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଆଜି ଅପରାହ୍ନରେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା କନ୍ଧମାଳ ଜିଲ୍ଲାରେ ଘଟିଛି।

Advertisment

‘ସିଲ୍‌କସଫାରୀ’ ନାମକ ଯାତ୍ରୀବାହୀ ବାସ ଜି.ଉଦୟଗିରିରୁ ଫୁଲବାଣୀ ଅଭିମୁଖେ ଯାଉଥିଲା। ତେବେ କଳିଙ୍ଗା ନିକଟ ମାଲନସୁଗା ଛକରେ ସମ୍ମୁଖରୁ ଆସୁଥିବା ଲୁହା ବୋଝେଇ ମାକ୍ସ ପିକଅପ୍‌ ବସ୍‌କୁ ଧକ୍କା ଦେଇଥିଲା। ଯାହାଫଳରେ ବସର ଡ୍ରାଇଭର ଆଦିକନ୍ଦ ପଣ୍ଡାଙ୍କ ଛାତି ଓ କାନ୍ଧରେ ଲୁହା ଗୁଡ଼ିକ ପଶି ଯାଇଥିଲା। ଅନ୍ୟ ଯାତ୍ରୀମାନେ ମଧ୍ୟ ଆହତ ହୋଇଥିଲେ।

ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଜି.ଉଦୟଗିରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ବସ୍‌ ଚାଳକଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବାରୁ ବ୍ରହ୍ମପୁର ବଡ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଉଥିଲା। ତେବେ ଭଞ୍ଜନଗର ନିକଟରେ ତାଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ଆହତମାନଙ୍କୁ ଜି.ଉଦୟଗିରି ଓ ଫୁଲବାଣୀ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜି.ଉଦୟଗିରି ପୁଲିସ ଦୁର୍ଘଟଣା ଗ୍ରସ୍ତ ଗୁଡିକୁ ଜବତ କରି ତଦନ୍ତ ଚଳାଇଛି।

Advertisment

ରିପୋର୍ଟ- ବାଲିଗୁଡ଼ାରୁ ଅଜିତ ନାୟକ

Kandhamal Bus Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe