Advertisment

ବିଜୁ ପାଠାଗାର ଭିତରେ ପଶିଗଲା ବସ୍‌

ବସ୍‌ଟି ସଂସ୍କୃତି ଭବନ ଆଗରେ ଛିଡ଼ା ହୋଇଥିଲା। ସନ୍ଧ୍ୟା ପ୍ରାୟ ୬ଟା ବେଳେ ବସ୍‌ ଉପରକୁ ଚଢ଼ିଥିଲେ ଡ୍ରାଇଭର। ଷ୍ଟାର୍ଟ କରିବା ପୂର୍ବରୁ ବସ୍‌ଟି ଗତିବାରେ ଲାଗିଥିଲା। ଡ୍ରାଇଭର ଯେତେ ଚେଷ୍ଟା କରିଥିଲେ ମଧ୍ୟ ବସ୍‌କୁ ଅଟକାଇ ପାରିନଥିଲେ।

Bus Accident

Bus Accident

Advertisment

ବିଜୁ ପାଠାଗାରରେ ଭିତରେ ପଶିଗଲା ବସ୍‌। ପାଠାଗାରଟି ବନ୍ଦ ଥିବାରୁ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଗଲେ, ସେହି ରାସ୍ତା ଦେଇ ଯାଉଥିବା ଲୋକେ। ଆଜି ସନ୍ଧ୍ୟା ବେଳେ ଏପରି ଭୟଙ୍କର ଦୁର୍ଘଟଣା ଜନଗହଳୀ ପୂର୍ଣ୍ଣ କରାପୁଟ ଟାଉନ୍‌ରେ ଘଟିଛି।

Advertisment

ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ କୋରାପୁଟ ଜିଲ୍ଲାରୁ ୨୧୦ ଜଣ ବରିଷ୍ଠ ନାଗରିକ ତୀର୍ଥଯାତ୍ରାରେ ଯିବା ପାଇଁ ନିଷ୍ପତ୍ତି ହୋଇଥିଲା। ଆଜି ସେମାନଙ୍କୁ ରାୟଗଡ଼ା ଷ୍ଟେସନ୍‌କୁ ନେବା ପାଇଁ ୩ଟି ଘରୋଇ ବସର ବ୍ୟବସ୍ଥା କରିଥିଲା ଜିଲ୍ଲା ପ୍ରଶାସନ। ସନ୍ଧ୍ୟା ବେଳେ ୩ଟି ବସ୍‌ ଜିଲ୍ଲା ସଂସ୍କୃତି ଭବନ ସମ୍ମୁଖକୁ ଆସିଥିଲା। ତୀର୍ଥ ଯିବାକୁ ଥିବା ବରିଷ୍ଠ ନାଗରିକମାନେ ୨ଟି ବସ୍‌ରେ ବସି ପଳାଇ ଥିଲେ। ଆଉ ଗୋଟିଏ ବସ୍‌ ପାଇଁ ଯାତ୍ରୀ ଅଭାବ ଥିବାରୁ ଯାଇନଥିଲା।

ବସ୍‌ଟି ସଂସ୍କୃତି ଭବନ ଆଗରେ ଛିଡ଼ା ହୋଇଥିଲା। ସନ୍ଧ୍ୟା ପ୍ରାୟ ୬ଟା ବେଳେ ବସ୍‌ ଉପରକୁ ଚଢ଼ିଥିଲେ ଡ୍ରାଇଭର। ଷ୍ଟାର୍ଟ କରିବା ପୂର୍ବରୁ ବସ୍‌ଟି ଗତିବାରେ ଲାଗିଥିଲା। ଡ୍ରାଇଭର ଯେତେ ଚେଷ୍ଟା କରିଥିଲେ ମଧ୍ୟ ବସ୍‌କୁ ଅଟକାଇ ପାରିନଥିଲେ। ବସ୍‌ଟି ଭିଡ ଭିତରେ ଜାତୀୟ ରାଜପଥକୁ ଅତିକ୍ରମ କରି ବିଜୁ ପାଠାଗାର ଭିତରେ ପଶି ଯାଇଥିଲା। ସନ୍ଧ୍ୟା ବେଳେ ଏହି ଭୟଙ୍କର ଦୁର୍ଘଟଣା ଘଟିଥିବା ବେଳେ କାହାର କିଛି କ୍ଷତି ଘଟିନାହିଁ। ତେବେ ଜଣେ ବ୍ୟକ୍ତି ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି। କହିବାକୁ ଗଲେ ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ଲୋକେ। ବ୍ରେକ୍‌ ଫ୍ରେଲ୍‌ ଯୋଗୁ ଏପରି ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଟାଉନ୍‌ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Advertisment

ରିପୋର୍ଟ- ସୂର୍ଯ୍ୟନାରାୟଣ ପଣ୍ଡା

Accident Koraput
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe