Advertisment

ଗଛରେ ପିଟି ହେଲା ବସ୍‌; ୧୮ ଯାତ୍ରୀ ଆହତ, ୩ ଗୁରୁତର

ପ୍ରଥମ ରଜରେ ଗଛରେ ବସ୍‌ ପିଟି ହୋଇ ୧୮ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୩ ଶିଶୁ ଥିବା ସୂଚନା ମିଳିଛି।

Accident

Accident

Advertisment

ରଜରେ ଘଟିଲା ଦୁର୍ଘଟଣା। ପ୍ରଥମ ରଜରେ ଗଛରେ ବସ୍‌ ପିଟି ହୋଇ ୧୮ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଏପରି ଏକ ଦୁର୍ଘଟଣା ଗତ ରାତିରେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ବାଣତୁମ୍ବ ଗାଁ ନିକଟରେ ଘଟିଛି

Advertisment

ପ୍ରାୟ ୪୦ରୁ ଅଧିକ ଯାତ୍ରୀଙ୍କୁ ଧରି OSRTC ବସ୍ ଭୁବନେଶ୍ୱରରୁ ବାଲିଗୁଡା ଅଭିମୁଖେ ଯାଉଥିଲା । ମାତ୍ର ବାଣତୁମ୍ବ ଗାଁ ନିକଟରେ ହଠାତ୍‌ ଡ୍ରାଇଭର ଭାରସାମ୍ୟ ହରାଇବାରୁ ବସ୍‌ଟି ଗଛରେ ପିଟି ହୋଇଥିଲା।

ଏହି ଦୁର୍ଘଟଣାରେ ୧୮ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୩ ଶିଶୁ ଥିବା ସୂଚନା ମିଳିଛି। ସ୍ଥାନୀୟ ଲୋକଙ୍କ ସମେତ ପୁଲିସ୍‌ ଓ ଅଗ୍ନିଶମ ବାହିନୀ ତୁରନ୍ତ ଆହତଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରିଥିଲେ। ଆହତଙ୍କ ମଧ୍ୟରେ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

Advertisment

ବସ୍‌ ଚାଳକ ମଧ୍ୟ ଏହି ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି। ତେବେ କେଉଁ ପରିସ୍ଥିତିରେ ଏବଂ କାହିଁକି ଏଭଳି ଦୁର୍ଘଟଣା ଘଟିଲା ତାହାର ତଦନ୍ତ ଆରମ୍ଭ କରିଛି ପୁଲିସ୍ ।

Ganjam Accident Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe