Advertisment

ଅଚାନକ ଅସୁସ୍ଥ ହେଲେ ଚଳନ୍ତା ବସ୍‌ ଡ୍ରାଇଭର ,ଛାଡ଼ିଦେଲେ ଷ୍ଟିଅରିଂ

ମା’ ଭୁବନେଶ୍ୱରୀ’ ନାମକ ବସଟି ଗତକାଲି ସନ୍ଧ୍ୟା ବେଳଳ ଭୁବନେଶ୍ୱରରୁ ବାହାରିଥିଲା। ବସ୍‌ଟି କୁଚିଣ୍ଡା ଅଭିମୁଖେ ଯାଉଥିବା ବେଳେ ଭିତରେ ୩୦ ପାଖାପାଖି ଯାତ୍ରୀ ଥିଲେ।

author-image
Niharika Rout
ଅଦ୍ୟତନ ହୋଇଛି
Accident

Accident

ଗନ୍ତବ୍ୟ ସ୍ଥଳ ଅଭିମୁଖେ ଦ୍ରୁତ ଗତିରେ ମାଡ଼ି ଚାଲିଥିଲା ବସ୍‌। ଭିତରେ ଥିଲେ ପ୍ରାୟ ୩୦ ଯାତ୍ରୀ । ମାତ୍ର ହଠାତ୍‌ ଡ୍ରାଇଭରଜଣକ ଅସୁସ୍ଥ ହୋଇ ପଡ଼ି ଛାଡ଼ିଦେଲେ ଷ୍ଟିଅରି। ଫଳରେ ରାସ୍ତା କଡ଼କୁ ଖସିଗଲା ଚଳନ୍ତା ବସ୍‌। ଏପରି ଏକ ଅଭାବନୀୟ ଘଟଣା ଗତ ରାତିରେ କଟକ ଜିଲ୍ଲା ଆଠଗଡ଼ ନିକଟସ୍ଥ ଖୁଣ୍ଟୁଣିରେ ଘଟିଛି।

Advertisment

ମା’ ଭୁବନେଶ୍ୱରୀ’ ନାମକ ବସଟି ଗତକାଲି ସନ୍ଧ୍ୟା ବେଳଳ ଭୁବନେଶ୍ୱରରୁ ବାହାରିଥିଲା। ବସ୍‌ଟି କୁଚିଣ୍ଡା ଅଭିମୁଖେ ଯାଉଥିବା ବେଳେ ଭିତରେ ୩୦ ପାଖାପାଖି ଯାତ୍ରୀ ଥିଲେ। ଖୁଣ୍ଟୁଣି ନିକଟରେ ଏକ ଢାବାରେ ଖିଆପିଆ ପରେ ପୁଣି ଥରେ ବସ୍‌ଟି ଗନ୍ତବ୍ୟ ସ୍ଥଳ ଅଭିମୁଖେ ବାହାରିଥିଲା।

ମାତ୍ର କିଛି ବାଟ ଯିବା ପରେ ହଠାତ୍‌ ଡ୍ରାଇଭରଜଣକ ଅସୁସ୍ଥତା ଅନୁଭବ କଲେ। ବସ୍‌ଟି ଦ୍ରୁତ ଗତିରେ ଥିବା ବେଳେ ସେ ଷ୍ଟିଅରିଂ ଛାଡ଼ିଦେଲେ । ଫଳରେ ଭାରସାମ୍ୟ ହରାଇ ଗାଡ଼ିଟି ରାସ୍ତାକଡ଼ରେ ଥିବା ଲୁହା ବାଡ଼ ଭାଙ୍ଗି ତଳକୁ ଖସିଯାଇଥିଲା । ବସ୍‌ରେ ଥିବା ସମସ୍ତ ଯାତ୍ରୀ ସୁସ୍ଥ ଥିବା ଜଣାଯାଇଛି।

Advertisment

ଦୁର୍ଘଟଣା ସ୍ଥଳରେ ଖୁଣ୍ଟୁଣି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହାପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ବସ୍‌ରୁ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇଥିଲା। ଅସୁସ୍ଥ ହୋଇ ପଡ଼ିଥିବା ଡ୍ରାଇଭରଙ୍କୁ ଖୁଣ୍ଟୁଣୀ ମେଡିକାଲରେ ଭର୍ତ୍ତି କରାଯାଇଛି। ଚିକିତ୍ସା ପରେ ସେ ସୁସ୍ଥ ଥିବା ଜଣାଯାଇଛି।

ବସ୍‌କୁ କ୍ରେନ୍ ସାହାଯ୍ୟରେ ଉଠାଯାଇଛି। ଏଥିସହ ସମସ୍ତ ଯାତ୍ରୀଙ୍କୁ ଅନ୍ୟ ଏକ ଗାଡ଼ିରେ ଗନ୍ତବ୍ୟ ସ୍ଥଳ ଅଭିମୁଖେ ପଠାଇ ଦିଆଯାଇଛି।

Cuttack Road Accident