Advertisment

ପୋଲ ଉପରେ ଚଢ଼ିଗଲା ବସ୍‌, ଭିତରେ ଥିଲେ ୩୦ ଯାତ୍ରୀ

ବସ୍‌ଟି ଭାରସାମ୍ୟ ହରାଇ ରାସ୍ତାର ଡାହାଣ ପଟ ରାସ୍ତାରେ ଥିବା ଏକ ଛୋଟ ପୋଲ ଉପରକୁ ଚଢ଼ି ଯାଇଥିଲା।

author-image
Niharika Rout
Bus

Bus

ବାଲେଶ୍ୱର ଜିଲ୍ଲା ନୀଳଗିରି ପୁଡାଶୂଳ ଚେକଗେଟ ନିକଟରେ ଗତ ରାତିରେ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ବସ୍‌ଟି ଭାରସାମ୍ୟ ହରାଇ ରାସ୍ତାର ଡାହାଣ ପଟ ରାସ୍ତାରେ ଥିବା ଏକ ଛୋଟ ପୋଲ ଉପରକୁ ଚଢ଼ି ଯାଇଥିଲା। ଏହି ଦୁର୍ଘଟଣାରେ ବସ୍‌ ଯାତ୍ରୀମାନେ ଆହତ ହୋଇ ନ ଥିବା ଜଣାଯାଇଛି। ଏପରି ଏକ ଦୁର୍ଘଟଣା ଗତ ରାତିରେ ଘଟିଛି।

Advertisment

ଭୁବନେଶ୍ୱରରୁ ବାରିପଦା ଭାୟା ଉଦଳା ପଟଦେଇ  ‘ବାସୁଦେବ’ ନାମକ ବସ୍‌ ଗତକାଲି ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାଉଥିଲା। ଗାଡ଼ିରେ ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଥିଲେ।  ବସଟି ୯ ଟାରେ ପୁଡାଶୂଳ ଚେକଗେଟ ନିକଟରେ ଅତିକ୍ରମ କରୁଥିଲା।

ଘନ କୁହୁଡି ଯୋଗୁ ଡ୍ରାଇଭର ରାସ୍ତା ଜାଣି ନ ପାରି ଡାହାଣ ପଟରେ ଏକ ଛୋଟ ପୋଲ ଉପରେ ଗାଡ଼ିକୁ ଚଢ଼ାଇ ଦେଇଥିଲେ। ଫଳରେ ବସ୍‌ଟି ନିର୍ମାଣଧୀନ ନୂତନ ରାସ୍ତା ଉପରେ ଥିବା ପୋଲରେ ଝୁଲି ରହିଥିଲା।

Advertisment

ତୁରନ୍ତ ସ୍ଥାନୀୟ ଲୋକେ ପହଞ୍ଚି ବସ୍‌ ଭିତରେ ଥିବା ଯାତ୍ରୀଙ୍କୁ ଉଦ୍ଧାର କରି ଅନ୍ୟ ଏକ ଗାଡ଼ିରେ ଗନ୍ତବ୍ୟ ସ୍ଥଳକୁ ପଠାଇ ଦେଇଛନ୍ତି। ପୁଲିସ୍‌ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

Odisha Road Accident