Advertisment

ବ୍ରିଜରେ ପିଟି ହୋଇ ତଳକୁ ଖସିଲା ବସ୍‌, ଚାଲିଗଲା ୧୨ ଜୀବନ

ଗତ କାଲି ହୋଣ୍ଡୁରାସର ତେଗୁସିଗାଲ୍ପା ଅଞ୍ଚଳରେ ପ୍ରାୟ ୬୦ ଯାତ୍ରୀଙ୍କୁ ଧରି ଏକ ବସ୍‌ ଯାଉଥିଲା। ମାତ୍ର ବସ୍‌ଟି ଭାରସାମ୍ୟ ହରାଇ ଏକ ବ୍ରିଜରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

Accident Spot

Accident Spot

Advertisment

ସେଣ୍ଟ୍ରାଲ ଆମେରିକାର ହୋଣ୍ଡୁରାସରେ ଏକ ଭୟଙ୍କର ଦୁର୍ଘଟଣା ଘଟୁଛି। ଏକ ବସ୍‌ ଦୁର୍ଘଟଣାରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣା ପରେ ରାଷ୍ଟ୍ରପତି ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି।

Advertisment

ଗତ କାଲି ହୋଣ୍ଡୁରାସର ତେଗୁସିଗାଲ୍ପା ଅଞ୍ଚଳରେ ପ୍ରାୟ ୬୦ ଯାତ୍ରୀଙ୍କୁ ଧରି ଏକ ବସ୍‌ ଯାଉଥିଲା। ମାତ୍ର ବସ୍‌ଟି ଭାରସାମ୍ୟ ହରାଇ ଏକ ବ୍ରିଜରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଗାଡ଼ିଟି ବ୍ରିଜରୁ ତଳକୁ ଖସି ପଡ଼ିଥିଲା।

ତୁରନ୍ତ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଘଟଣାସ୍ଥଳରେ ୧୦ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣଙ୍କ ହସ୍ପିଟାଲରେ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଓ ହେଲିକପ୍ଟର ସାହାଯ୍ୟରେ ମେଡିକାଲରେ ଭର୍ତ୍ତି କରାଯାଇଛି।

Advertisment

ହୋଣ୍ଡୁରାସ ରାଷ୍ଟ୍ରପତି ଏହି ଦୁର୍ଘଟଣା ନେଇ ଗଭୀର ଦୁଃଖ ପ୍ରକାଶ କରିବା ସହ ୩ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ଏଥିସହ ଗୁରୁତରଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ସମେତ ମୃତକଙ୍କ ଶେଷକୃତ୍ୟର ସମସ୍ତ ଖର୍ଚ୍ଚ ବି ସରକାର ବହନ କରିବେ ବୋଲି ଘୋଷଣା କରିଛନ୍ତି।

Road Accident Deadbody
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe