Advertisment

ସାଇକେଲ ଆରୋହୀଙ୍କୁ ଧକ୍କା ଦେଇ ପୋଖରୀକୁ ପଶିଲା ବସ୍‌

ବସ୍‌ ଧକ୍କାରେ ପ୍ରାଣ ହରାଇଥିବା ସାଇକେଲ ଆରୋହୀଙ୍କ ଘର ରଣପୁର ଗାଁରେ।

Bus

Bus

Advertisment

ଆଜି ସନ୍ଧ୍ୟାରେ କଟକରୁ ପତନି ଯାଉଥିବା ଏକ ଯାତ୍ରୀବାହୀ ବସ୍‌ ବାଙ୍କୀର ନୃସିଂହ ଛକ ନିକଟରେ ଜଣେ ସାଇକେଲ ଆରୋହୀକୁ ଧକ୍କା ଦେଇ ପୋଖରୀ ଭିତରକୁ ଖସି ଯାଇଛି। 

Advertisment

ବସ୍‌ ଧକ୍କାରେ ପ୍ରାଣ ହରାଇଥିବା ସାଇକେଲ ଆରୋହୀଙ୍କ ଘର ରଣପୁର ଗାଁରେ। ତାଙ୍କୁ ପୁଲିସ ବସ୍ ଚକା ତଳୁ ଉଦ୍ଧାର କରି ବାଙ୍କୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏହା ପରେ ଡାକ୍ତରଖାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। 

ବସ୍‌ଟି ସାଇକେଲ ଆରୋହୀଙ୍କୁ ଧକ୍କା ଦେଇ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ପୋଖରୀ ଆଡ଼କୁ ମାଡ଼ି ଯାଇଥିଲା। ତେବେ ସୌଭାଗ୍ୟକୁ ପୂରା ବସ୍‌ଟି ପୋଖରୀକୁ ଖସି ନଥିଲା। ବସ୍‌ର ଅଳ୍ପ ଅଂଶ ପୋଖରୀକୁ ଖସି ଯାଇଥିଲା। ତେବେ ବସ୍‌ର କୌଣସି ଯାତ୍ରୀଙ୍କର କିଛି କ୍ଷତି ହୋଇନି।  

Advertisment
Road Accident Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe