Advertisment

ଗଛରେ ପିଟି ହେଲା ବସ୍‌, ୭ ଗୁରୁତର

ଭାରସାମ୍ୟ ହରାଇ ଏକ ଯାତ୍ରୀବାହୀ ବସ୍‌ ଗଛରେ ପିଟି ହେବାରୁ ୭ ଯାତ୍ରୀ ଗୁରୁତର ହୋଇଛନ୍ତି।

ଅଦ୍ୟତନ ହୋଇଛି
Accident

Accident

Advertisment

ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ପୁଟୁରା ଛକ ନିକଟରେ ଆଜି ସକାଳୁ ଏକ ବସ୍‌ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ଯାତ୍ରୀବାହୀ ବସ୍‌ ଗଛରେ ପିଟି ହେବାରୁ ୭ ଯାତ୍ରୀ ଗୁରୁତର ହୋଇଛନ୍ତି।

Advertisment

ପ୍ରାୟ ୩୦ ଯାତ୍ରୀଙ୍କୁ ଧରି ‘ନୁପୁର’ ନାମକ ଏକ ଘରୋଇ ବସ୍‌ ବାଲିଆପାଳରୁ ବାଲେଶ୍ୱର ଅଭିମୁଖେ ଯାଉଥିଲା। ମାତ୍ର ପୁଟୁରା ଛକ ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଏକ ଗଛରେ ପିଟି ହୋଇଥିଲା।

ତୁରନ୍ତ ସ୍ଥାନୀୟ ଲୋକେ ପହଞ୍ଚି ଆହତଙ୍କୁ ବସ୍ତା ମେଡିକାଲରେ ଭର୍ତ୍ତି କରିଥିଲେ। ସେମାନଙ୍କ ମଧ୍ୟରୁ ବସ୍‌ ଡ୍ରାଇଭରଙ୍କ ସମେତ ୭ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି।

Advertisment

ଘଟଣାସ୍ଥଳରେ ସିଂଲା ପୁଲିସ ପହଞ୍ଚି ବସ୍‌ଟିକୁ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି । ତେବେ ଡ୍ରାଇଭରଙ୍କ ଆଖି ଲାଖି ଯାଇଥିବାରୁ ଏହି ଦୁର୍ଘଟଣା ଘଟିଥିବା ଆଲୋଚନା ହେଉଛି। 

Accident Balasore
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe