/odisha-reporter/media/post_attachments/uploadimage/library/16_9/16_9_0/Bus__1692499155.jpg)
Bus
ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଭେଲୋରା ଛକ ନିକଟରେ ଗୋଟିଏ ତୀର୍ଥଯାତ୍ରୀ ବସ୍କୁ ଅନ୍ୟ ଏକ ତୀର୍ଥଯାତ୍ରୀ ବସ୍ ପଛରୁ ଧକ୍କା ଦେବାରୁ ୫ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତ ପଛ ବସ୍ର ଅର୍ଥାତ୍ ଧକ୍କା ଦେଇଥିବା ବସ୍ର।
Advertisment
ଜ୍ୟୋତି ଟ୍ରାଭେଲର୍ସ ନାମକ ଏକ ତୀର୍ଥଯାତ୍ରୀ ବସ୍ ୨୫ ଜଣ ଯାତ୍ରୀଙ୍କୁ ନେଇ ବିହାରରୁ ପୁରୀ ଅଭିମୁଖେ ଯାଉଥିବା ବେଳେ ଭେଲୋରା ନିକଟରେ ରାସ୍ତା ଖରାପ ଥିବାରୁ ଗାଡ଼ିର ବେଗ କମାଇ ଦେଇଥିଲେ। ଏହି ସମୟରେ ପଛରୁ ଆସୁଥିବା ସାୟନ ସାୟନ୍ତିକା ନାମକ ଅନ୍ୟ ଏକ ତୀର୍ଥଯାତ୍ରୀ ବସ୍ ଏହାକୁ ପଛରୁ ଧକ୍କା ଦେଇଥିଲା। ଫଳରେ ଏହି ବସ୍ର ୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ବସ୍ତା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଧକ୍କା ଦେଇଥିବା ବସ୍ରେ ୪୦ ଜଣ ଯାତ୍ରୀ ଥିଲେ। ସେମାନେ ପଶ୍ଚିମବଙ୍ଗର ଚବିଶ ପ୍ରଗଣାରୁ ପୁରୀ ଅଭିମୁଖେ ଯାଉଥିଲେ। ଘଟଣାସ୍ଥଳରେ ପହଞ୍ଚି ବସ୍ତା ପୁଲିସ୍ ତଦନ୍ତ କରିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
