Advertisment

ତୀର୍ଥଯାତ୍ରୀ ବସ୍‌କୁ ପିଟିଲା ତୀର୍ଥଯାତ୍ରୀ ବସ୍‌

ଦୁଇଟି ଯାକ ବସ୍ ପୁରୀ ଅଭିମୁଖେ ଯାତ୍ରା କରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି।

Bus

Bus

Advertisment

ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଭେଲୋରା ଛକ ନିକଟରେ ଗୋଟିଏ ତୀର୍ଥଯାତ୍ରୀ ବସ୍‌କୁ ଅନ୍ୟ ଏକ ତୀର୍ଥଯାତ୍ରୀ ବସ୍ ପଛରୁ ଧକ୍କା ଦେବାରୁ ୫ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତ ପଛ ବସ୍‌ର ଅର୍ଥାତ୍ ଧକ୍କା ଦେଇଥିବା ବସ୍‌ର।

Advertisment

ଜ୍ୟୋତି ଟ୍ରାଭେଲର୍ସ ନାମକ ଏକ ତୀର୍ଥଯାତ୍ରୀ ବସ୍‌ ୨୫ ଜଣ ଯାତ୍ରୀଙ୍କୁ ନେଇ ବିହାରରୁ ପୁରୀ ଅଭିମୁଖେ ଯାଉଥିବା ବେଳେ ଭେଲୋରା ନିକଟରେ ରାସ୍ତା ଖରାପ ଥିବାରୁ ଗାଡ଼ିର ବେଗ କମାଇ ଦେଇଥିଲେ। ଏହି ସମୟରେ ପଛରୁ ଆସୁଥିବା ସାୟନ ସାୟନ୍ତିକା ନାମକ ଅନ୍ୟ ଏକ ତୀର୍ଥଯାତ୍ରୀ ବସ୍ ଏହାକୁ ପଛରୁ ଧକ୍କା ଦେଇଥିଲା। ଫଳରେ ଏହି ବସ୍‌ର ୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ବସ୍ତା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଧକ୍କା ଦେଇଥିବା ବସ୍‌ରେ ୪୦ ଜଣ ଯାତ୍ରୀ ଥିଲେ। ସେମାନେ ପଶ୍ଚିମବଙ୍ଗର ଚବିଶ ପ୍ରଗଣାରୁ ପୁରୀ ଅଭିମୁଖେ ଯାଉଥିଲେ। ଘଟଣାସ୍ଥଳରେ ପହଞ୍ଚି ବସ୍ତା ପୁଲିସ୍ ତଦନ୍ତ କରିଛି।

Advertisment
Accident Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe