Advertisment

ଧକ୍କା ଦେଲା ତୀର୍ଥଯାତ୍ରୀ ବସ୍‌, ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

ବସ୍‌ଟି ରାଜ୍ୟ ସରକାରଙ୍କ ତୀର୍ଥଯାତ୍ରୀ ଯୋଜନାରେ ଯାତ୍ରୀଙ୍କୁ ପୁରୀ ଦର୍ଶନ ପାଇଁ ନେଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି।

author-image
Niharika Rout
Bus Accident

Bus Accident

ତୀର୍ଥଯାତ୍ରୀ ବସ୍‌ ଧକ୍କାରେ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ । ଗତକାଲି ବିଳମ୍ବିତ ରାତିରେ ବଲାଙ୍ଗିର- ସୋନପୁର ରାଜରାସ୍ତାର ସାତମାଇଲ ଛକଠାରେ ଘଟିଛି ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା। ଏହି ଦୁର୍ଘଟଣାରେ ଜଣେ ଗୁରୁତର ହୋଇଥିବା ଜଣାଯାଇଛି।

Advertisment

ମୃତକ ଜଣକ ଖାରି ଗାଁର ଘନଶ୍ୟାମ ପୋଢ଼ ଏବଂ ଗୁରୁତର ଯୁବକ ଜଣକ ଫକୀର ବିଶି ବୋଲି ଜଣାପଡିଛି । ପୁଇଁତଲା ପୁଲିସ ଖବର ପାଇ ପହଞ୍ଚି ମୃତକଙ୍କୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଗୁରୁତରଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଛି। ଏଥିସହ ବସ୍‌କୁ ଅଟକ ରଖିବା ସହ ଡ୍ରାଇଭରଙ୍କୁ ପଚାରଉଚରା କରୁଛି।

ବସ୍‌ଟି ରାଜ୍ୟ ସରକାରଙ୍କ ତୀର୍ଥଯାତ୍ରୀ ଯୋଜନାରେ ଯାତ୍ରୀଙ୍କୁ ପୁରୀ ଦର୍ଶନ ପାଇଁ ନେଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ବସ୍‌ର କୌଣସି ଯାତ୍ରୀ ଆହତ ହୋଇ ନ ଥିବା ଜଣାଯାଇଛି। ଦୁର୍ଘଟଣା ପରେ ଯାତ୍ରୀମାନଙ୍କୁ ଅନ୍ୟ ଏକ ବସ୍‌ରେ ପୁରୀ ଅଭିମୁଖେ ପଠାଇ ଦିଆଯାଇଥିବା ଜଣାଯାଇଛି। 

Advertisment

ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଥିବା ବେଳେ ପୁଲିସ୍‌ ସ୍ଥିତିକୁ ନିୟନ୍ତ୍ରଣ କରିଛି। 

Bolangir Road Accident