Advertisment

ଏମିତି ଆସେ ମୃତ୍ୟୁ; ବସ୍‌ ଚଲାଉଥିବା ବେଳେ ଟଳିପଡ଼ିଲେ ଡ୍ରାଇଭର

ସନାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ଅଦ୍ୟତନ ହୋଇଛି
Accident

Accident

Advertisment

ମୃତ୍ୟୁ କେତେବେଳେ କେଉଁଠି ଆସିବ କେହି ଜାଣିପାରନ୍ତି ନାହିଁ। ଏହାର ଜ୍ୱଳନ୍ତ ଉଦହରଣ ଦେଖିବାକୁ ମିଳିଛି ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ। ବସ୍‌ରେ ଯାତ୍ରୀମାନଙ୍କୁ ନେଇ ଯାଉଥିବା ବେଳେ ଅଧାବାଟରେ ଟଳି ପଡ଼ିଛନ୍ତି ଚାଳକ। ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି ଯାତ୍ରୀମାନେ। ଏପରି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ସାରଙ୍ଗଡ଼ ଥାନା ଅଞ୍ଚଳରେ। ମୃତ ବସ୍‌ ଡ୍ରାଇଭର ଜଣଙ୍କ ହେଲେ ସନା ପ୍ରଧାନ।

Advertisment

ସନା ମହାଲକ୍ଷ୍ମୀ ନାମକ ଘରୋଇ ଯାତ୍ରୀବାହୀ ବସର ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ। ସବୁଦିନ ପରି ଗତକାଲି ରାତିରେ ସେ ଯାତ୍ରୀମାନଙ୍କୁ ସାରଙ୍ଗଡ଼ରୁ ଭୁବନେଶ୍ୱର ଅଭିମୁଖେ ନେଇ ଯାଉଥିଲେ। ଜି.ଉଦୟଗିରି ରାସ୍ତାରେ ସନାଙ୍କ ଗାଡ଼ି ଚାଳନାରେ କରିବାରେ ତ୍ରୁଟି ପରିଲକ୍ଷିତ ହୋଇଥିଲା। ବସ୍‌ରେ ଥିବା ହେଲପର ଏହା ଜାଣିପାରି ସନାଙ୍କ ପାଖକୁ ଯିବାକୁ ବାହାରିଥିଲେ।

ହେଲପର ସନାଙ୍କ ପାଖରେ ପହଞ୍ଚିବା ପୂର୍ବରୁ ବସ୍‌ଟି ରାସ୍ତାକଡ଼ରେ ଥିବା ଏକ ଛୋଟିଆ ପୋଲରେ ଧକ୍କା ଦେଇ ରହି ଯାଇଥିଲା। ସନା ଗାଡ଼ିର ଷ୍ଟେରିଂ ଉପରେ ଟଳି ପଡ଼ିଥିଲେ। ପରେ ସବୁ ଯାତ୍ରୀ ବସ୍‌ରୁ ସୁରକ୍ଷିତ ଭାବେ ଓହ୍ଲାଇ ପଡ଼ିଥିଲେ। ତାଙ୍କୁ ତୁରନ୍ତ ୧୦୮ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ସନାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଟିକାବାଲି ଥାନା ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ସନାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। 

Advertisment
Kandhamal Roadaccident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe