ବାଲେଶ୍ୱର ଜିଲ୍ଲା ୬୦ନମ୍ବର ଜାତୀୟ ରାଜପଥ ନିଧିପଣ୍ଡା ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ପୁରୀରୁ ପଶ୍ଚିମବଙ୍ଗ ଫେରୁଥିବା ଏକ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ୧୫ ଜଣ ଗୁରୁତର ହୋଇଛନ୍ତି।
‘ବାବା ସୋନା ଟ୍ରାଭେଲ୍ସ’ ନାମକ ବସ୍ରେ ୬୫ରୁ ଉର୍ଦ୍ଧ୍ଵ ଯାତ୍ରୀ ଥିଲେ। ଯାତ୍ରୀମାନେ ପୁରୀରୁ ମହାପ୍ରଭୁଙ୍କ ଦର୍ଶନ ସାରି ପଶ୍ଚିମବଙ୍ଗର ସୋନାମୁଖୀ ଜିଲ୍ଲା ବାଙ୍କୁଡା ଅଭିମୁଖେ ଫେରୁଥିଲେ।
Also Read
ବସ୍ଟି ନିଧିପଣ୍ଡା ନିକଟରେ ଗତି କରୁଥିବା ବେଳେ ଆଗ ଚକା ଫାଟି ଯାଇଥିଲା। ଏହି ସମୟରେ ବସ୍ଟି ସାମନା ପଟୁ ଆସୁଥିବା ଡମ୍ଫରକୁ ଧକ୍କା ଦେଇଥିଲା। ତେବେ ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଡମ୍ଫର୍ ଚାଳକ ଗାଡ଼ି ସହ ଫେରାର ହୋଇ ଯାଇଛନ୍ତି।
ଖବର ପାଇ ତୁରନ୍ତ ପୁଲିସ୍ ପହଞ୍ଚି ଗୁରୁତରମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଛନ୍ତି। ପୁଲିସ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ହସ୍ପିଟାଲରେ ପିଟି ହୋଇଗଲା ହେଲିକପ୍ଟର, ୪ ମୃତ
ହେଲିକପ୍ଟରଟି ସଂପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଥିବା ବେଳେ ହସ୍ପିଟାଲ ବିଲଡିଂ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଦୁର୍ଘଟଣାର କାରଣ ଜଣାପଡ଼ି ନଥିଲେ ହେଁ ଘନ କୁହୁଡ଼ି ଯୋଗୁ ଏପରି ଘଟଣା ଘଟିଥିବା କୁହାଯାଉଛି।
Accident
ଶୁଦ୍ଧିକ୍ରିୟା ସାରି ଘରକୁ ଫେରୁଥିଲେ ବାପପୁଅ; ମାଡ଼ିଗଲା ହାଇୱା
ବୀରମିତ୍ରପୁର ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
Accident
ସ୍କୁଟି ଓ ବାଇକ୍ ମୁହାଁମୁହିଁ ଧକ୍କା; ୨ ମୃତ
ନବରଙ୍ଗପୁର ଥାନା ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
Accident
ବିଚାରାଧୀନ ବନ୍ଦୀଙ୍କ ମୃତ୍ୟୁ
୨୦୧୭ ମସିହାର ଏକ ପୋକ୍ସୋ ମାମଲାରେ ଗୁରୁଦେବଙ୍କ ନାଁରେ ବଲାଙ୍ଗିର ପକ୍ସୋ କୋର୍ଟରୁ ୱାରେଣ୍ଟ ଇସ୍ୟୁ ହୋଇଥିଲା।
National
ମୋହାଲିରେ ଭୁଶୁଡ଼ିଲା ତିନିତାଲା କୋଠା, ୭ରୁ ୮ ଜଣ ଫସିଥିବା ସନ୍ଦେହ
ଭୁଶୁଡ଼ି ଯାଇଥିବା କୋଠାର ସମସ୍ତ ମହଲାରେ ଚାଲିଥିଲା ଜିମ। ଜାରି ରହିଛି ଉଦ୍ଧାର କାର୍ଯ୍ୟ।