Advertisment

ରାସ୍ତା ପାର ହେଉଥିଲେ ବୃଦ୍ଧା, ଚଢ଼ିଗଲା ବସ୍‌

ବୃଦ୍ଧାଜଣକ ନିଜ ଘରୁ ବସ୍‌ ଯୋଗେ ବନ୍ତରେ ପହଞ୍ଚିଥିଲ। ଏହାପରେ ସେ ଚାଲି ଚାଲି ରାସ୍ତା ପାର୍‌ ହେଉଥିଲେ।

author-image
Niharika Rout
BUS

BUS

ରାସ୍ତା ପାର ହେଉଥିବା ବେଳେ ବୃଦ୍ଧାଙ୍କ ଉପରେ ଚଢ଼ିଗଲା ବସ୍‌। ଫଳରେ ଘଟଣାସ୍ଥଳରେ ହିଁ ଚାଲିଗଲା ଏପରି ଏକ ଦୁଃଖଦ ଘଟଣା ଆଜି ସକାଳେ ଭଦ୍ରକ ଜିଲ୍ଲା ବନ୍ତ ଛକ ନିକଟରେ ଘଟିଛି। ମୃତ ବୃଦ୍ଧାଜଣକ କନକ ଦାସ ବୋଲି ଜଣାଯାଇଛି। କନକଙ୍କ ଘର ଆଗରପଡା ଥାନା ଅଧିନ ଵିଶଲପଟାରେ। ଦୁର୍ଘଟଣା ଘଟାଇଥିବା ‘ସମ୍ପର୍କ’ ବସ୍‌କୁ ପୁଲିସ୍‌ ଜବତ କରିଛି।

Advertisment

ବୃଦ୍ଧାଜଣକ ନିଜ ଘରୁ ବସ୍‌ ଯୋଗେ ବନ୍ତରେ ପହଞ୍ଚିଥିଲ। ଏହାପରେ ସେ ଚାଲି ଚାଲି ରାସ୍ତା ପାର୍‌ ହେଉଥିଲେ। ଉକ୍ତ ସମୟରେ ଦ୍ରୁତ ଗତିରେ  କେନ୍ଦୁଝରରୁ ଭଦ୍ରକ ଅଭିମୁଖେ ଆସୁଥିବା ‘ସମ୍ପର୍କ’ ନାମକ ବସ୍‌ ତାଙ୍କୁ ଧକ୍କା ଦେଇଥିଲ। ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇ ଯାଇଥିଲା।

ଏହାକୁ ନେଇ ବନ୍ତ ଛକରେ ଚାପା ଉତ୍ତେଜନା ଲାଗି ରହିଥିଲା। ଘଟଣାସ୍ଥଳରେ ଟାଉନ ଥାନା ପୁଲିସ୍‌ ପହଞ୍ଚି ବସକୁ ଜବତ କରିଛି । ଏଥିସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Advertisment

ଖବର ପାଇ ମୃତା ମହିଳାଙ୍କ ପରିବାର ମେଡିକାଲରେ ପହଞ୍ଚିଥିବା ବେଳେ ସେଠାରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

Bhadrak Road Accident