Advertisment

ହାଇୱାକୁ ପଛରୁ ପିଟି ଡିଭାଇଡର ଉପରକୁ ଚଢ଼ିଗଲା ବସ୍‌

ବସ୍‌ଟି ଭୁବନେଶ୍ୱରରୁ ବାଲେଶ୍ୱର ଯାଉଥିବା ବେଳେ ୪୦ରୁ ଅଧିକ ଲୋକ ବସିଥିଲେ।

Accident

Accident

Advertisment

ଯାଜପୁର ଜିଲ୍ଲା ସାରୋଇ ଛକ ନିକଟରେ ୧୬ ନମ୍ବର ଜାତୀୟ ରାଜପଥରେ ଏକ ବସ୍‌ ଏକ ହାଇୱାକୁ ପଛପଟୁ ଧକ୍କା ଦେଇ ଭାରସାମ୍ୟ ହରାଇ ଡିଭାଇଡରକୁ ଚଢ଼ିଯିବା ଫଳରେ ୭ ଜଣ ଯାତ୍ରୀ ଆହତ ହୋଇଛନ୍ତି।

Advertisment

ବସ୍‌ଟି ଭୁବନେଶ୍ଵରରୁ ବାଲେଶ୍ୱର ଅଭିମୁଖେ ଯାଉଥିଲା। ବସ୍‌ରେ ୪୦ରୁ ଅଧିକ ଲୋକ ବସିଥିଲେ। ଦିନ ପ୍ରାୟ ୧୨ଟା ବେଳେ ସାରୋଇ ଛକ ନିକଟରେ ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଚଣ୍ଡିଖୋଲ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଧର୍ମଶାଳା ଓ ବଡ଼ଚଣା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଧର୍ମଶାଳା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛି।

Advertisment
Accident Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe