Advertisment

ପାରାଦୀପ ଯାଉଥିଲା ବସ୍‌, ରାସ୍ତା ତଳକୁ ଖସି ପଡ଼ିଲା

ଡଲଫିନ ଫୋର୍-ଜି ନାମକ ବସ୍‌ ପିକନିକ ପାର୍ଟିକୁ ନେଇ କୁଜଙ୍ଗ ମାଳହୁଙ୍କା ଯାଇଥିଲା। ସେଠାରେ ସମସ୍ତଙ୍କୁ ଓହ୍ଲାଇ ଦେଇ ବସ୍‌ଟି ଆଜି ଭୋର ସମୟରେ ପାରାଦୀପ ଫେରୁଥିଲା।

Accident

Accident

Advertisment

ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ବସ୍‌। ପିକନିକ୍‌ ପାର୍ଟିଙ୍କୁ ଛାଡ଼ି ଫେରିବା ବେଳେ ଘଟିଛି ଅଘଟଣ । ଏପରି ଏକ ଅଘଟଣ କଟକ-ପାରାଦୀପ ରାସ୍ତାର ସନ୍ତରା ନିକଟରେ ଘଟିଛି।

Advertisment

ଡଲଫିନ ଫୋର୍-ଜି ନାମକ ବସ୍‌ ପିକନିକ ପାର୍ଟିକୁ ନେଇ କୁଜଙ୍ଗ ମାଳହୁଙ୍କା ଯାଇଥିଲା। ସେଠାରେ ସମସ୍ତଙ୍କୁ ଓହ୍ଲାଇ ଦେଇ ବସ୍‌ଟି ଆଜି ଭୋର ସମୟରେ ପାରାଦୀପ ଫେରୁଥିଲା। ମାତ୍ର ସନ୍ତରା ନିକଟରେ ଭାରସାମ୍ୟ ହରାଇ ବସ୍‌ଟି ରାସ୍ତା ତଳକୁ ଖସି ପଡ଼ିଥିଲା।

ଦୁର୍ଘଟଣାର କାରଣ ଜଣାପଡି ନଥିବା ବେଳେ କେହି ଆହତ ହୋଇ ନ ଥିବା ଜଣାଯାଇଛି। ମାତ୍ର ଏଥିଯୋଗୁ ରାସ୍ତା ଜାମ ହୋଇଥିବା ବେଳେ ପୁଲିସ୍‌ ପହଞ୍ଚି ଯାନବାହନ ଚଳାଚଳକୁ ସ୍ୱାଭାବିକ କରିଛି। ଏବେ ବସଟିକୁ ଉଠାଇବାକୁ ଉଦ୍ୟମ କରାଯାଉଛି।

Advertisment
Accident Jagatsinghpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe