Advertisment

ରେଲୱେ ଟ୍ରାକ୍‌ ଉପରେ ମାଡ଼ିଗଲା ଯାତ୍ରୀବାହୀ ବସ୍‌

ରେଲୱେ ଟ୍ରାକ୍‌ ଉପରେ ମାଡ଼ିଗଲା ଯାତ୍ରୀବାହୀ ବସ୍‌। ବସ୍‌ ଧକ୍କାରେ ରେଲୱେ ଟ୍ରାକ୍‌ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏକ ବଡ଼ ଧରଣର ଦୁର୍ଘଟଣା ଟଳି ଯାଇଛି।

author-image
Niharika Rout
Accident

Accident

ରେଲୱେ ଟ୍ରାକ୍‌ ଉପରେ ମାଡ଼ିଗଲା ଯାତ୍ରୀବାହୀ ବସ୍‌। ବସ୍‌ ଧକ୍କାରେ ରେଲୱେ ଟ୍ରାକ୍‌ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏକ ବଡ଼ ଧରଣର ଦୁର୍ଘଟଣା ଟଳି ଯାଇଛି। ଏହି ଦୁର୍ଘଟଣାରେ ବସ୍‌ ହେଲପର ସାମାନ୍ୟ ଆହତ ହୋଇଥିବା ବେଳେ ଯାତ୍ରୀମାନେ ସୁରକ୍ଷିତ ଥିବା ଜଣାଯାଇଛି। ଏପରି ଏକ ଦୁର୍ଘଟଣା ଆଜି ସକାଳୁ ସମ୍ବଲପୁର ଜିଲ୍ଲା ଲକ୍ଷ୍ମୀ ଡୁଙ୍ଗୁରୁ ନିକଟରେ ଘଟିଛି।

Advertisment

ଭୁବନେଶ୍ୱରରୁ ବରଗଡ଼ ଅଭିମୁଖେ ଯାଉଥିବା ନଡ଼ିଆରାଣୀ ବସ୍‌ ଆଜି ସକାଳୁ ଲକ୍ଷ୍ମୀ ଡୁଙ୍ଗୁରୁ ଜାତୀୟ ରାଜପଥ ଅତିକ୍ରମ କରୁଥିଲା। ଉକ୍ତ ସମୟରେ ବସ୍‌ରେ ୨୫ରୁ ୩୦ ଯାତ୍ରୀ ଥିବା ଜଣାଯାଇଛି। ମାତ୍ର ଲକ୍ଷ୍ମୀ ଡୁଙ୍ଗୁରୁ ଜାତୀୟ ରାଜପଥ ନିକଟରେ ଗାଡ଼ିଟିର ବ୍ରେକ୍‌ ଫେଲ ହେବାରୁ ଭାରସାମ୍ୟ ହରାଇ ତାହା ରାସ୍ତା ନିକଟରେ ଥିବା ଟ୍ରେନ୍‌ ଲାଇନ୍‌ ଉପରକୁ ମାଡ଼ି ଯାଇଥିଲା। ମାତ୍ର ଉକ୍ତ ସମୟରେ କୌଣସି ଟ୍ରେନ୍‌ ଆସୁ ନ ଥିବାରୁ ଏକ ବଡ଼ ଦୁର୍ଘଟଣା ଟଳି ଯାଇଛି।

ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ପହଞ୍ଚି ବସ୍‌ରୁ ଯାତ୍ରୀଙ୍କୁ ଉଦ୍ଧାର କରିଥିବା ବେଳେ ଖବର ପାଇ ପୁଲିସ୍‌ ଓ ରେଲ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ବସ୍‌ ଯାତ୍ରୀଙ୍କୁ ଅନ୍ୟ ଏକ ଗାଡ଼ି ଯୋରେ ବରଗଡ଼ ଅଭିମୁଖେ ପଠାଯାଇଥିବା ଜଣାଯାଇଛି।

Advertisment

ଟ୍ରେନ୍‌ ଲାଇନ୍‌ରେ ବସ୍‌ଟି ଫସି ରହିଥିବାରୁ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ପ୍ରାୟ ୨ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ କ୍ରେନ୍‌ ସାହାଯ୍ୟରେ ବସ୍‌କୁ ବାହାରକୁ ଅଣାଯାଇଛି। ଏହାପରେ କ୍ରେନ ମରାମତି କାମ ଚାଲିଥିବା ଜଣାଯାଇଛି।

ପୁଲିସ୍‌ ଏହି ଘଟଣାର ତଦନ୍ତ କରୁଛି।

Accident Sambalpur