Advertisment

କଟକରେ ଓଲଟିଲା ବସ୍‌: ଜଣେ ମୃତ, ଅନେକ ଆହତ

ଏନଏଚ୍‌ ୧୬ରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଚନ୍ଦନ ବସ୍‌ରେ ୪୦ରୁ ଅଧିକ ଲୋକ ରହିଥିଲେ।

BUS

BUS

Advertisment

ଭୁବନେଶ୍ୱରରୁ ବାଲେଶ୍ୱର ଯାଉଥିବା ଯାତ୍ରୀବାହୀ ବସ୍‌ ‘ଚନ୍ଦନ’ କଟକରେ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଗୋପାଳପୁର ଓଭରବ୍ରିଜ୍‌ ଅତିକ୍ରମ କରିବା ପରେ ବସ୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଏନଏଚ୍‌ ୧୬ରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଚନ୍ଦନ ବସ୍‌ରେ ୪୦ରୁ ଅଧିକ ଲୋକ ରହିଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ଅଧିକାଂଶ ଲୋକ ଆହତ ହୋଇଛନ୍ତି। ଆହତଙ୍କମାନଙ୍କୁ ଏସ୍‌ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

Advertisment

ସ୍ଥାନୀୟ ଲୋକଙ୍କ କହିବା କଥା ଯେ ବସ୍‌ଟି ଜଣେ ସାଇକେଲ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ସାଇକେଲ ଆରୋହୀ ହଠାତ୍‌ ବସ୍‌ ସାମ୍ନାକୁ ଆସିଯିବାରୁ ଡ୍ରାଇଭର ଜଣଙ୍କ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ। ଫଳରେ ଏହା ଡିଭାଇଡର ଉପରେ ଚଢ଼ି ଯାଇଥିଲା। ଏହାପରେ ଗୋଟିଏ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଚନ୍ଦନ ବସ୍‌ ଓଲଟି ପଡ଼ିଥିଲା। 

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ବସ୍‌ଟି ଓଲଟି ପଡ଼ିବା ପରେ ପ୍ରଥମେ ସ୍ଥାନୀୟ ଲୋକମାନେ ହିଁ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ। ସେମାନେ ବସ୍‌ ମଧ୍ୟରୁ ମହିଳା ଓ ପୁରୁଷ ଯାତ୍ରୀମାନଙ୍କୁ କୌଣସି ବଡ଼ ଅଘଟଣ ଘଟିବା ପୂର୍ବରୁ ସୁରକ୍ଷିତ ଭାବେ ଉଦ୍ଧାର କରି ନେଇଥିଲେ।

Advertisment

ଏହାପରେ ପୁଲିସ୍‌ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ। ଏବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଦୁର୍ଘଟଣା ପରେ କାଠଯୋଡ଼ି ଓଭରବ୍ରିଜ ଉପରେ ପ୍ରବଳ ଟ୍ରାଫିକ ସମସ୍ୟା ଦେଖିବାକୁ ମିଳିଛି। ଟ୍ରାଫିକ ବ୍ୟବସ୍ଥାକୁ ସ୍ୱାଭାବିକ କରିବା ପାଇଁ ପୁଲିସ୍‌ ପ୍ରୟାସ ଜାରି ରଖିଛି।

Odisha Accident Roadaccident Bus Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe