Bus
ବାଲେଶ୍ୱର ଜିଲ୍ଲା ସୋର ଥାନା ବିଦୁ ଓଭର ବ୍ରିଜ୍ ନିକଟରେ ୧୬ ନମ୍ବର ଜାତୀୟ ରାଜପଥରେ ଏକ ଚଳନ୍ତା ବସ୍ରୁ ବାହାରି ପଳାଇଯାଇଥିଲା ଚକ। ତେବେ ଏଥିଯୋଗୁ ବସ୍ କିମ୍ବା ଏଥିରେ ଥିବା ଯାତ୍ରୀମାନଙ୍କର କିଛି କ୍ଷତି ହୋଇନାହିଁ। ଚକ ବାହାରି ପଳାଇବା ପରେ ଡ୍ରାଇଭର ଅତି ଚତୁରତାର ସହିତ ବସ୍ଟିକୁ ଅଟକାଇ ଦେଇଥିଲେ।
ଝାଡ଼େଶ୍ୱର ନାମକ ଏହି ଯାତ୍ରୀବାହୀ ଘରୋଇ ବସ୍ଟି ବାଲେଶ୍ୱରରୁ ଧାମରା ଅଭିମୁଖେ ଯାଉଥିଲା। ବସ୍ରେ ୫୦ରୁ ଅଧିକ ଯାତ୍ରୀ ଥିଲେ। ବସ୍ଟି ୧୬ ନମ୍ବର ଜାତୀୟ ରାଜପଥରେ ଯାଉଥିବା ବେଳେ ବିଦୁ ଓଭର ବ୍ରିଜ୍ ନିକଟରେ ଏହାର ଡାହାଣ ପାଖର ଦୁଇଟି ଚକ ମଧ୍ୟରୁ ଗୋଟିଏ ବାହାରି ପଳାଇଥିଲା।
ବସ୍ଟି ଦ୍ରୁତଗତିରେ ଯାଉଥିବା ବେଳେ ହଠାତ୍ ଗୋଟିଏ ଚକ ବାହାରି ଯିବାରୁ ଏହା ବହୁତ ଜୋରରେ ଥରି ଯାଇଥିଲା। ତେବେ କୌଣସି ପ୍ରକାର ଅଘଟଣ ଘଟିବା ପୂର୍ବରୁ ଡ୍ରାଇଭର ବସ୍ଟିକୁ ଅଟକାଇ ଦେଇଥିଲେ।
ଏହି ଘଟଣା ପରେ ବସ୍ରେ ଥିବା ଯାତ୍ରୀମାନେ ଓହ୍ଲାଇ ଯାଇ ଅନ୍ୟ ବସ୍ ଓ ଅଟୋ ଯୋଗେ ନିଜ ନିଜ ଗନ୍ତବ୍ୟସ୍ଥଳକୁ ଯାଇଥିଲେ। ଆଉ କିଛି ଲୋକ ବସ୍ ସଜଡ଼ା ଯିବା ପର୍ଯ୍ୟନ୍ତ ଅପେକ୍ଷା କରି ରହିଥିଲେ। କେଉଁ କାରଣରୁ ଚକଟି ବାହାରିଗଲା, ତାହା ସ୍ପଷ୍ଟ ହୋଇପାରି ନାହିଁ। ତେବେ ବସ୍ଟି ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ବୋଲି କୁହାଯାଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Bus_1711025373.jpg)