Advertisment

ବୁଲାଣି ରାସ୍ତାରେ ଚଳନ୍ତା ବସ୍‌ରୁ ଖସି ପଡ଼ିଲେ ହେଲପର, ମୁଣ୍ଡରେ ଚଢ଼ି ଗଲା ଚକା

ବସ୍‌ଟି ପୁରୀରୁ ବ୍ରହ୍ମଗିରି, ଖକୁରିଆ, ନିରାକାରପୁର ଦେଇ ବ୍ରହ୍ମପୁର ଯାଉଥିଲା।

Bus

Bus

Advertisment

ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ଚଳନ୍ତା ବସ୍‌ରୁ ଖସିପଡ଼ିଲେ ହେଲପର। ତାଙ୍କ ଉପରେ ଚଢ଼ିଗଲା ବସ୍ ଚକା। ଘଟଣାଟି ଘଟିଛି ବ୍ରହ୍ମଗିରି-ଖଜୁରିଆ ରାସ୍ତାର ନିଖିରା ଗୋବିନ୍ଦପୁର ଛକରେ।

Advertisment

ମୃତ ହେଲପରଙ୍କ ନାଁ ହେମନ୍ତ ଲେଙ୍କା। ତାଙ୍କୁ ୨୨ ବର୍ଷ ହୋଇଥିଲା। ତାଙ୍କ ଘର ସ୍ଥାନୀୟ ଦାମୋଦରପୁରା ଗାଁରେ।

ବସ୍‌ଟି ପୁରୀରୁ ବ୍ରହ୍ମଗିରି, ଖକୁରିଆ, ନିରାକାରପୁର ଦେଇ ବ୍ରହ୍ମପୁର ଯାଉଥିଲା। ବସ୍‌ଟି ବ୍ରହ୍ମଗିରି-ଖଜୁରିଆ ରାସ୍ତାର ନିଖିରା ଗୋବିନ୍ଦପୁର ଛକରେ ଥିବା ଏକ ବୁଲାଣି ଅତିକ୍ରମ କରୁଥିବା ବେଳେ ହେଲପର ହେମନ୍ତ ଲେଙ୍କା ଭାରସାମ୍ୟ ହରାଇ ଖସିପଡ଼ିଥିଲେ। ସେ ରାସ୍ତାରେ ପଡ଼ିଯିବା କ୍ଷଣି ତାଙ୍କ ମୁଣ୍ଡ ଉପରେ ବସ୍‌ର ଚକା ଚଢ଼ି ଯାଇଥିଲା।

Advertisment

ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ କିଛି ସମୟ ପାଇଁ ଚାପା ଉତ୍ତେଜନା ଦେଖା ଦେଇଥିଲା। ବ୍ରହ୍ମଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ତା’ ସହିତ ବସ୍‌ଟିକୁ ଥାନାରେ ଅଟକ ରଖିଛି। ବ୍ରହ୍ମଗିରି ପୁଲିସ ଘଟଣାର ତଦନ୍ତ କରୁଛି।

Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe