Advertisment

ଷ୍ଟାଣ୍ଡରେ ଛିଡ଼ା ହୋଇଥିଲା ବସ୍‌, ଇଞ୍ଜିନରେ ଲାଗିଗଲା ନିଆଁ

ବାତ୍ୟା ‘ଦାନା’ ର କୋପ ଯୋଗୁ ବସ୍‌ଟି ଗତ ଦୁଇ ଦିନ ହେବ ଚଳାଚଳ ନ କରି ଷ୍ଟାଣ୍ଡରେ ଛିଡା ହୋଇ ରହିଥିଲା। ଆଜି ଭୋରରୁ ହଠାତ୍ ତାହାର ଇଞ୍ଜିନରେ ନିଆଁ ଲାଗି ଯାଇଥିଲା।

author-image
Niharika Rout
Bus Fire

Bus Fire

ଷ୍ଟାଣ୍ଡରେ ଛିଡ଼ା ହୋଇଥିବା ବେଳେ ବସ୍‌ ଇଞ୍ଜିନରେ ଲାଗିଲା ନିଆଁ । ଏପରି ‌ଏକ ଅଘଟଣ ଆଜି ସକାଳେ ବାଲେଶ୍ୱର ବସ୍‌ଷ୍ଟାଣ୍ଡରେ ଘଟିଛି। ତେବେ ଉକ୍ତ ସମୟରେ ବସ୍‌ଟି ଖାଲି ଥିବାରୁ କେହି ମୃତାହତ ହୋଇ ନ ଥିବା ଜଣାଯାଇଛି।

Advertisment

ବାତ୍ୟା ‘ଦାନା’ ର କୋପ ଯୋଗୁ ବସ୍‌ଟି ଗତ ଦୁଇ ଦିନ ହେବ ଚଳାଚଳ ନ କରି ଷ୍ଟାଣ୍ଡରେ ଛିଡା ହୋଇ ରହିଥିଲା। ଆଜି ଭୋରରୁ ହଠାତ୍ ତାହାର ଇଞ୍ଜିନରେ ନିଆଁ ଲାଗି ଯାଇଥିଲା।

ସେଠାରେ ଉପସ୍ଥିତ ଲୋକେ ତୁରନ୍ତ ଏନେଇ ବସ୍ ମାଲିକଙ୍କୁ ଖବର ଦେବା ସହ ଅଗ୍ନିଶମ ବାହିନୀକୁ ମଧ୍ୟ ଯୋଗାଯୋଗ କରିଥିଲେ। ତେବେ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିବା ସହ ସଟ ସର୍କିଟରୁ ନିଆଁ ଲାଗିଥାଇପାରେ ବୋଲି ଅନୁମାନ କରିଛନ୍ତି।

Advertisment

ବସ୍‌ଟି କିଛି ମାତ୍ରାରେ ପୋଡ଼ି ଯାଇଥିବା ବେଳେ କିଛି ଜୀବନହାନୀ ହୋଇ ନ ଥିବା ଜଣାଯାଇଛି। ଏହି ଘଟଣାକୁ ନେଇ ସେଠାରେ ଥିବା ଅନ୍ୟ ବସ୍‌ କର୍ମଚାରୀ ଭୟଭୀତ ହୋଇ ପଡ଼ିଛନ୍ତି। 

Odisha Balasore Fire Accident