Advertisment

ବସ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା, ୧୫ ଗୁରୁତର

ସୁନ୍ଦରଗଡ଼ ଜିଲ୍ଲା ଟିକାୟତପାଲି ଥାନା ଯାତ୍ରା ଖମଣ ନିକଟରେ ଗତକାଲି ଏକ ଟ୍ରକ୍‌-ବସ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି।

Accident

Accident

Advertisment

ସୁନ୍ଦରଗଡ଼ ଜିଲ୍ଲା ଟିକାୟତପାଲି ଥାନା ଯାତ୍ରା ଖମଣ ନିକଟରେ ଗତକାଲି ଏକ ଟ୍ରକ୍‌-ବସ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ବସ୍‌ର ୧୫ ଯାତ୍ରୀ ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। 

Advertisment

ଗତ ରାତିରେ ‘ଅନୁପମା’ ନାମକ ବସ୍‌ ପ୍ରାୟ ୩୦ ଯାତ୍ରୀଙ୍କୁ ଧରି ଭୁବନେଶ୍ୱରରୁ ରାଉରକେଲା ଅଭିମୁଖେ ଯାଉଥିଲା। ବସ୍‌ଟି ଟିକାୟତପାଲି ଥାନା ଯାତ୍ରା ଖମଣ ଅଞ୍ଚଳ ରାତି ପ୍ରାୟ ୩ଟା ବେଳେ ଅତିକ୍ରମ କରିଥିଲା। ଉକ୍ତ ସମୟରେ ବିପରୀତ ଦିଗରୁ ଆସୁଥିବା ଟ୍ରକ୍‌ଟି ବସ୍‌କୁ ମୁହାଁମୁହିଁ ପିଟିଥିଲା। ଫଳରେ ଉଭୟ ବସ୍‌ ଓ ଟ୍ରକ୍‌ର ସମ୍ମୁଖର ଭାଗ ସମ୍ପୂର୍ଣ୍ଣ ଚୂରମାର ହୋଇ ଯାଇଛି।

ବସ୍‌ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୧୦ ଜଣ ଗୁରୁତର ହୋଇଛନ୍ତି ଓ ୫ ଜଣ ଆହତ ହୋଇଛନ୍ତି। ଖବର ପାଇ ପୁଲିସ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହାପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ତୁରନ୍ତ ଗୁରୁତର ଓ ଆହତଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ବଣାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରୁ ଗୁରୁତରମାନଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଛି।

Advertisment

ପୁଲିସ୍‌ ଏହି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଟ୍ରକ୍‌ ଡ୍ରାଇଭରଙ୍କ ପତ୍ତା ମିଳିପାରିନି।

Accident Sundargarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe