Advertisment

କାର ଧକ୍କାରେ ଓଲଟି ପଡ଼ିଲା ସ୍କୁଲ୍ ବସ୍‌, ଦେଖନ୍ତୁ ଭିଡିଓ

ସ୍କୁଲ୍‌ ବସ୍‌ରେ ୩୦ ଜଣ ଶିକ୍ଷାର୍ଥୀ ବସିଥିଲେ।

author-image
Jitendra Garnayak
Bus

Bus

ତେଲେଙ୍ଗାନାର ହାନମାକୋଣ୍ଡାରେ ଘଟିଛି ଏକ ଭୟଙ୍କର ଦୁର୍ଘଟଣା। ଜାତୀୟ ରାଜପଥରେ କାର ଧକ୍କାରେ ଓଲଟି ପଡ଼ିଲା ସ୍କୁଲ୍‌ ବସ୍‌। ଏଥିରେ ୧୫ରୁ ଅଧିକ ଶିକ୍ଷାର୍ଥୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେହିଭଳି କାରରେ ଥିବା ୩ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି।

Advertisment

ଦୁର୍ଘଟଣା ଘଟିବା ମାତ୍ରେ ସେହି ରାସ୍ତା ଦେଇ ଯା’ଆସ କରୁଥିବା ଲୋକେ ତୁରନ୍ତ ଶିକ୍ଷାର୍ଥୀମାନଙ୍କୁ ବସ୍‌ରୁ ବାହାର କରିଥିଲେ। ଖବର ପାଇ ପୁଲିସ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା। ଆହତମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲା। 

ଏହି ଦୁର୍ଘଟଣା ବେଳର ଦୃଶ୍ୟ ନିକଟସ୍ଥ ଏକ ସିସିଟିଭିରେ କଏଦ ହୋଇଛି। ଏଥିରେ ଦେଖିବାକୁ ମିଳିଛି ବସ୍‌ଟି ୟୁଟର୍ଣ୍ଣ ନେଉଥିବା ବେଳେ ପଛରୁ ଦ୍ରୁତଗତିରେ ଆସୁଥିବା ଏକ କାର ଏହାକୁ ଜୋରରେ ଧକ୍କା ଦେଇଥିଲା। କାର୍‌ଟି ଧକ୍କା ଦେବା ମାତ୍ରେ ବସ୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ବସ୍‌ଟି ଓଲଟି ପଡ଼ିବା ପରେ ଭିତରୁ ଦୁଇ ଜଣ ଝରକା ଡେଇଁ ବାହାରି ଥିଲେ। ସେହିସମୟରେ ସେଠାରେ ଆସି ପହଞ୍ଚିଥିବା ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ମିଶି ସେମାନେ ବସ୍‌ର ସାମ୍ନାକାଚକୁ ଗୋଇଠା ମାରି ବାହାର କରି ଦେଇଥିଲେ ଓ ସେହି ବାଟ ଦେଇ ସମସ୍ତଙ୍କୁ ଉଦ୍ଧାର କରାଯାଇଥିଲା। 

Advertisment

ସୂଚନାଯୋଗ୍ୟ, ଦୁର୍ଘଟଣା ଘଟିବା ସମୟରେ ସ୍କୁଲ୍‌ ବସ୍‌ଟିରେ ୩୦ ଶିକ୍ଷାର୍ଥୀ ବସିଥିଲେ। 

    

Accident