Advertisment

କାର୍‌-ଅଟୋ-ବାଇକ୍‌ ଧକ୍କା; ୧୦ ଗୁରୁତର

ଏକ କାର୍‌ ଓ ଅଟୋ ମୁହାଁମୁହିଁ ଧକ୍କା ହୋଇଥିବା ବେଳେ କାର୍‌ରେ ପିଟି ହୋଇଛି ଏକ ବାଇକ୍‌। ଏହି ସିରିଜ ଦୁର୍ଘଟଣାରେ ୧୦ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି।

Accident

Accident

Advertisment

ଆଜି ସକାଳୁ ସକାଳୁ ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଗାନ୍ଧିଛକ- ବାଲିଆପାଳ ମୁଖ୍ୟ ରାସ୍ତାର ପେଜଗଳା ବ୍ରିଜ ନିକଟରେ ଘଟିଛି ସିରିଜ ଦୁର୍ଘଟଣା। ଏକ କାର୍‌ ଓ ଅଟୋ ମୁହାଁମୁହିଁ ଧକ୍କା ହୋଇଥିବା ବେଳେ କାର୍‌ରେ ପିଟି ହୋଇଛି ଏକ ବାଇକ୍‌। ଏହି ସିରିଜ ଦୁର୍ଘଟଣାରେ ୧୦ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି।

Advertisment

ବାଲିଆପାଳ ଅଞ୍ଚଳର ୨ ଜଣ ଲୋକ ଜଣେ ରୋଗୀକୁ ଧରି କଟକରୁ କାର୍‌ ଯୋଗେ ଘରକୁ ଫେରୁଥିଲେ। ମାତ୍ର ପେଜଗଳା ବ୍ରିଜ ନିକଟରେ ବିପରୀତ ଦିଗରୁ ବସ୍ତା ଷ୍ଟେସନ କୁ ଯାତ୍ରୀ ନେଇ ଯାଉଥିବା ଏକ ଅଟୋ ସହ କାର୍‌ଟି ମୁହାଁମୁହିଁ ଧକ୍କା ହୋଇଥିଲା। ସେହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ୍‌ କାରକୁ ଜୋରରେ ଧକ୍କା ଦେଇ ରାସ୍ତା ତଳକୁ ଖସି ପଡିଥିଲା

ଏହି ଦୁର୍ଘଟଣାରେ ରୋଗୀ ସମେତ ୧୦ ଜଣ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକେ ତୁରନ୍ତ ଗୁରୁତରଙ୍କୁ ଉଦ୍ଧାର କରି ୪ ଜଣକୁ ବାଲେଶ୍ୱର ଏବଂ୬ ଜଣଙ୍କୁ ବସ୍ତା ହସପିଟାଲକୁ ପଠାଇଛନ୍ତି। ଗୁରୁତରଙ୍କ ମଧ୍ୟରେ କିଛି ଶିଶୁ ଥିବା ଜଣାଯାଇଛି। ଖବର ପାଇ ବସ୍ତା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Advertisment
Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe