କୋରାପୁଟର ୨୬ନଂ ଜାତୀୟ ରାଜପଥର ମିଶିଙ୍ଗ ଗୁଡ଼ା ଛକରେ ଆଜି ଏକ କାର ଜଳି ଯାଇଛି। କାରଟି ସୁନାବେଡ଼ାରୁ କୋରାପୁଟ ଷ୍ଟେସନ ଅଭିମୁଖେ ଯାଉଥିଲା। କାରରେ ୫ ଜଣ ଥିଲେ। ତେବେ ସମସ୍ତେ ସୁରକ୍ଷିତ ଅଛନ୍ତି।
କାର୍ଟି କୋରାପୁଟ ଷ୍ଟେସନ ଅଭିମୁଖେ ଯାଉଥିବା ବେଳେ ଏହାର ଇଞ୍ଜିନରୁ ଧୂଆଁ ବାହାରିଥିଲା। ସେହି ରାସ୍ତା ଦେଇ ଯାଉଥିବା ଅନ୍ୟ ଏକ କାରର ଡ୍ରାଇଭର ଏକଥା ଜାଣି ପାରିଥିଲେ। ସେ ଜଳି ଯାଇଥିବା କାରର ଯାତ୍ରୀମାନଙ୍କୁ ଏ କଥା କହିଥିଲେ।
ଇଞ୍ଜିନରୁ ଧୂଆଁ ବାହାରୁଥିବା କଥା ଶୁଣି କାର୍ଟିକୁ ଡ୍ରାଇଭର ରାସ୍ତାକଡ଼କୁ ନେଇ ଅଟକାଇ ଦେଇଥିଲେ। ପ୍ରଥମେ ସମସ୍ତେ କାରରୁ ଓହ୍ଲାଇ ପଡ଼ିଥିଲେ। ସେତେବେଳେକୁ ସେମାନେ କାରର ସମ୍ମୁଖ ଭାଗରୁ ଧୂଆଁ ବାହାରୁଥିବା ଦେଖିବାକୁ ପାଇଥିଲେ।
ସେମାନେ କିଛି ଭାବିବା ପୂର୍ବରୁ ହଠାତ୍ କାରରୁ ନିଆଁ ବାହାରିଥିଲା। ଦେଖୁ ଦେଖୁ ଏହା ଭୟଙ୍କର ରୂପ ନେଇଥିଲା। ଭୟରେ କାର ନିକଟରୁ ଦୂରକୁ ଚାଲିଯାଇଥିଲେ ଯାତ୍ରୀମାନେ। ଖବର ପାଇ ଘଟଣାସ୍ଥଳରେ କୋରାପୁଟ ଦମକଳ ବାହିନୀ ପହଞ୍ଚିଥିଲେ। ସେମାନେ ନିଆଁକୁ ଆୟତ୍ତ କରିଥିଲେ। ତେବେ ସେତେବେଳକୁ କାରଟି ଜଳି ଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।