Advertisment

ଜଳିଗଲା ଚଳନ୍ତା କାର

କାରରେ ୫ ଜଣ ଯାତ୍ରୀ ଥିଲେ।

Car

Car

Advertisment

କୋରାପୁଟର ୨୬ନଂ ଜାତୀୟ ରାଜପଥର ମିଶିଙ୍ଗ ଗୁଡ଼ା ଛକରେ ଆଜି ଏକ କାର ଜଳି ଯାଇଛି। କାରଟି ସୁନାବେଡ଼ାରୁ କୋରାପୁଟ ଷ୍ଟେସନ ଅଭିମୁଖେ ଯାଉଥିଲା। କାରରେ ୫ ଜଣ ଥିଲେ। ତେବେ ସମସ୍ତେ ସୁରକ୍ଷିତ ଅଛନ୍ତି।

Advertisment

କାର୍‌ଟି କୋରାପୁଟ ଷ୍ଟେସନ ଅଭିମୁଖେ ଯାଉଥିବା ବେଳେ ଏହାର ଇଞ୍ଜିନରୁ ଧୂଆଁ ବାହାରିଥିଲା। ସେହି ରାସ୍ତା ଦେଇ ଯାଉଥିବା ଅନ୍ୟ ଏକ କାରର ଡ୍ରାଇଭର ଏକଥା ଜାଣି ପାରିଥିଲେ। ସେ ଜଳି ଯାଇଥିବା କାରର ଯାତ୍ରୀମାନଙ୍କୁ ଏ କଥା କହିଥିଲେ।

CAR1ନିଆଁ ଲିଭାଉଛନ୍ତି ଅଗ୍ନିଶମ ବାହିନୀ କର୍ମଚାରୀ

ଇଞ୍ଜିନରୁ ଧୂଆଁ ବାହାରୁଥିବା କଥା ଶୁଣି କାର୍‌ଟିକୁ ଡ୍ରାଇଭର ରାସ୍ତାକଡ଼କୁ ନେଇ ଅଟକାଇ ଦେଇଥିଲେ। ପ୍ରଥମେ ସମସ୍ତେ କାରରୁ ଓହ୍ଲାଇ ପଡ଼ିଥିଲେ। ସେତେବେଳେକୁ ସେମାନେ କାରର ସମ୍ମୁଖ ଭାଗରୁ ଧୂଆଁ ବାହାରୁଥିବା ଦେଖିବାକୁ ପାଇଥିଲେ।

Advertisment

ସେମାନେ କିଛି ଭାବିବା ପୂର୍ବରୁ ହଠାତ୍ କାରରୁ ନିଆଁ ବାହାରିଥିଲା। ଦେଖୁ ଦେଖୁ ଏହା ଭୟଙ୍କର ରୂପ ନେଇଥିଲା। ଭୟରେ କାର ନିକଟରୁ ଦୂରକୁ ଚାଲିଯାଇଥିଲେ ଯାତ୍ରୀମାନେ। ଖବର ପାଇ ଘଟଣାସ୍ଥଳରେ କୋରାପୁଟ ଦମକଳ ବାହିନୀ ପହଞ୍ଚିଥିଲେ। ସେମାନେ ନିଆଁକୁ ଆୟତ୍ତ କରିଥିଲେ। ତେବେ ସେତେବେଳକୁ କାରଟି ଜଳି ଯାଇଥିଲା।

Fire Accident Fire Mishap Fire Breakout
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe