Advertisment

ଟ୍ରାଫିକରେ ଏକାଧିକ ବାଇକ୍ ଉପରେ ମାଡ଼ିଗଲା କାର୍; ୩ ମୃତ, ୬ ଗୁରୁତର

ପାର୍କିଂ ହୋଇଥିବା ବାଇକକୁ ଧକ୍କା ଦେବା ପରେ ଏକାଧିକ ବାଇକ୍ ଉପରେ ମାଡି ଯାଇଛି କାର୍।

ଅଦ୍ୟତନ ହୋଇଛି
Accident CCTV Footage

Accident CCTV Footage

Advertisment

ବେପରୁଆ ଗାଡ଼ି ଚାଳନାର ଆଉ ଏକ ଦୁଃଖଦ ଚିତ୍ର ସାମ୍ନାକୁ ଆସିଛି। ବ୍ୟସ୍ତ ବହୁଳ ରାସ୍ତା ଉପରେ ଏକ କାର୍ ପାର୍କିଂ ହୋଇଥିବା ବାଇକକୁ ଧକ୍କା ଦେବା ପରେ ଏକାଧିକ ବାଇକ୍ ଉପରେ ମାଡି ଯାଇଛି। ଫଳରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଲୋକ ଆହତ ହୋଇଛନ୍ତି।

Advertisment

ସୂଚନା ଅନୁସାରେ, ଆଜି ଅପରାହ୍ନରେ ମହାରାଷ୍ଟ୍ରର କୋଲହପୁରର ସାଇବର ଚୌକରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ଘଟାଇଥିବା ହୁଣ୍ଡାଇ ସାଣ୍ଟ୍ରୋ କାର୍ ଚଲାଉଥିଲେ ଜଣେ ୭୨ ବର୍ଷୀୟ ବ୍ୟକ୍ତି। ଏଥିରେ କାର୍ ଡ୍ରାଇଭରଙ୍କ ସମେତ ଅନ୍ୟ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି।

ଏଥିସହ ୬ ଜଣ ମଧ୍ୟ ଆହତ ହୋଇଛନ୍ତି। ଆହତଙ୍କୁ ନିକଟସ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି। ଦୁର୍ଘଟଣା ସମୟର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।

Advertisment

ଭିଡିଓ ଅନୁସାରେ, ସାଣ୍ଟ୍ରୋ କାର୍ ଦ୍ରୁତ ଗତିରେ ଆସି ବାଇକକୁ ଧକ୍କା ଦେଉଥିବା ଦେଖିବାକୁ ମିଳୁଛି। ଦୁର୍ଘଟଣାର ଦୃଶ୍ୟ ଖୁବ୍ ଭୟଙ୍କର ଥିଲା। ବାରମ୍ବାର ଏପରି ଦୁର୍ଘଟଣାର ଭିଡିଓ ସାମ୍ନାକୁ ଆସିବା ସତ୍ତ୍ୱେ ବେପରୁଆ ଗାଡ଼ି ଚାଳନା ନିଶ୍ଚିତ ରୂପେ ଚିନ୍ତାର ବିଷୟ। 

Accident Accident CCTV Footage Car Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe