Accident
ଦେଖୁ ଦେଖୁ ଦ୍ରୁତ ଗତିରେ ଆସୁଥିବା ଏକ କାର୍ ରାସ୍ତା ପାର୍ ହେଉଥିବା ୩ ନିରୀହ ଶିଶୁଙ୍କ ଉପରେ ମାଡ଼ିଗଲା । ଦୁର୍ଘଟଣାର ଶିକାର ହୋଇଥିବା ପିଲାଙ୍କ ଆର୍ତ୍ତ ଚିତ୍କାର ଶୁଣି ଲୋକେ ରୁଣ୍ଡ ହୋଇ କାର୍ ଚାଳକଙ୍କୁ ଘେରି ଯାଇଥିଲେ। ମାତ୍ର ଚାଳକଜଣକ ନିଜ ଭୁଲ୍ ସ୍ୱୀକାର କରିବା ପରିବର୍ତ୍ତେ ଗୁରୁତର ପିଲାଙ୍କ ପରିବାରବର୍ଗଙ୍କୁ ଚପଲରେ ପିଟିବାକୁ ଉଦ୍ୟତ ହୋଇଥିଲେ।
ଏପରି ଏକ ଘଟଣା ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଘଟିଥିବା ବେଳେ ଦୁର୍ଘଟଣା ବେଳର ଛାତିଥରା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଦୁର୍ଘଟଣାରେ ଗୁରୁତର ୩ ଶିଶୁଙ୍କ ବୟସ ୪ ବର୍ଷରୁ ୮ ବର୍ଷ ମଧ୍ୟରେ ହୋଇଥିବା ବେଳେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଲକ୍ଷ୍ନୌର ମଲିହାବାଦ ଅଞ୍ଚଳର କାଜିଖେଡ଼ା ଗାଁରେ ଏହି ଘଟଣା ଘଟିଛି। ଗାଁର ୨ ଛୁଆ ରାସ୍ତା ପାର୍ ହେଉଥିବା ବେଳେ ସେମାନ ମଧ୍ୟରୁ ଜଣେ କୋଳରେ ଏକ ଛୋଟ ଛୁଆକୁ ଧରିଥିଲେ। ଏହି ସମୟରେ ଗାଁର ଗୋବିନ୍ଦ ଯାଦବ ଦ୍ରୁତ ଗତିରେ ନିଜ କାର୍ ଧରି ଯାଉଥିବା ବେଳେ ପିଲାମାନଙ୍କ ଉପରେ ଚଢ଼ାଇ ଦେଇଥିଲେ।
ପିଲାଙ୍କ ଚିତ୍କାର ଶୁଣି ଘଟଣାସ୍ଥଳରେ ଲୋକେ ରୁଣ୍ଡ ହୋଇ ଗୋବିନ୍ଦଙ୍କୁ କାବୁ କରି ନେଇଥିଲେ। ଏହି ସମୟରେ ପିଲାମାନଙ୍କ ଅଭିଭାବକ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ। ଗୋବିନ୍ଦ ନିଜ ଭୁଲ୍ ସ୍ୱୀକାର କରିବା ପରିବର୍ତ୍ତେ ପିଲାଙ୍କ ଅଭିଭାବକଙ୍କୁ ଚପଲ କାଢ଼ି ପିଟିବାକୁ ଉଦ୍ୟତ ହୋଇଥିଲେ।
ଗାଁ ଲୋକେ ଏନେଇ ପୁଲିସ୍କୁ ଖବର ଦେଇଥିବା ବେଳେ ପୁଲିସ୍ ପହଞ୍ଚି ତାଙ୍କୁ ଗିରଫ କରିଛି। ଏଥିସହ ଗୁରୁତର ୩ ପିଲାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
