Advertisment

ବିବାହ ଉତ୍ସବରୁ ଫେରୁଥିଲେ ୫ ଯୁବକ; ୩୦ ଫୁଟ୍ ତଳକୁ ଖସିଲା କାର୍‌

ଦ୍ରୁତ ଗତିରେ ଆସୁଥିବା ଏକ କାର୍‌ ଭାରସାମ୍ୟ ହରାଇ ୩୦ ଫୁଟ୍ ତଳକୁ ଖସି ପଡ଼ିଲା।

author-image
Niharika Rout
Accident

Accident

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ରିଜ୍ ଛକ ଶିଶୁପାର୍କ ନିକଟରେ ଆଜି ଭୋରରୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ଆସୁଥିବା ଏକ କାର୍‌ ଭାରସାମ୍ୟ ହରାଇ ୩୦ ଫୁଟ୍ ତଳକୁ ଖସି ପଡ଼ିଲା। ଏହି ଦୁର୍ଘଟଣାରେ କାର୍‌ରେ ଥିବା ୫ ଜଣଙ୍କ ମଧ୍ୟରୁ ୨ଜଣ ଗୁରୁତର ଆହତ ହୋଇଥିବାବେଳେ ଅନ୍ୟ ୩ ଜଣ ସାମାନ୍ୟ ଆହତ ହୋଇଛନ୍ତି ।

Advertisment

ସମସ୍ତ ଆହତ ଯୁବକ ସ୍ଥାନୀୟ ପଦ୍ମପୁର ଗାଁର ବୋଲି ଜଣାଯାଇଛି। ସେମାନେ ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡାରୁ ଏକ ବିବାହ ଉତ୍ସବରେ ବରଯାତ୍ରୀ ଯାଇ ସେଠାରୁ ଘରକୁ ଫେରୁଥିଲେ। ମାତ୍ର ଶିଶୁପାର୍କ ନିକଟରେ ଆଜି ଭୋରରୁ ଏହି ଦୁର୍ଘଟଣା ଘଟିଛି।

ସ୍ଥାନୀୟ ଲୋକେ ତୁରନ୍ତ ସମସ୍ତ ଆହତଙ୍କୁ ଉଦ୍ଧାର କରି ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ଗୁରୁତର ୨ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଖବର ପାଇ ପୁଲିସ୍‌ ପହଞ୍ଚି  ଘଟଣାର ତଦନ୍ତ ଆରମ୍ଭ କରିଛି ।

Advertisment
Roadaccident Keonjhar