Advertisment

ଜଗନ୍ନାଥବଲ୍ଲଭ ପାର୍କିଂର ପ୍ରଥମ ମହଲରାରୁ ଖସି ପଡ଼ିଲା ବୋଲେରୋ, ଡ୍ରାଇଭର ଗୁରୁତର

ଗାର୍ଡ ୱାଲ୍ ନଥିବାରୁ ଏହି ଦୁର୍ଘଟଣା ଘଟିଲା ବୋଲି କୁହାଯାଉଛି।

author-image
Jitendra Garnayak
Bolero Accident

Bolero Accident

ପୁରୀ ଜଗନ୍ନାଥବଲ୍ଲଭ ମଲ୍ଟିଲେବଲ କାର୍ ପାର୍କିଂର ପ୍ରଥମ ମହଲାରୁ ଆଜି ଏକ ବୋଲେରୋ ତଳକୁ ଖସିପଡ଼ିବାରୁ ଡ୍ରାଇଭର ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ ପୁରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଡ୍ରାଇଭରଙ୍କ ଘର ଭଦ୍ରକ ଜିଲ୍ଲା ଧାମରା ଅଞ୍ଚଳରେ ବୋଲି ଜଣାପଡ଼ିଛି।

Advertisment

ସୂଚନା ଅନୁଯାୟୀ, ଡ୍ରାଇଭର ବ୍ୟାକ୍‌ ଗିୟରରେ ଗାଡ଼ିକୁ ପଛକୁ ନେଉଥିବା ବେଳେ ଭାରସାମ୍ୟ ହରାଇ ତାହା ତଳକୁ ଖସି ପଡ଼ିଥିଲା। ଗାର୍ଡ ୱାଲ ନଥିବାରୁ ଗାଡ଼ିଟି ବ୍ୟାକ୍‌ ଗିୟରରେ ପଛକୁ ଯାଉଥିବା ବେଳେ ତଳକୁ ଖସିପଡ଼ିଥିଲା। ତେଣୁ ତୁରନ୍ତ ଗାର୍ଡ ୱାଲ୍‌ ନିର୍ମାଣ କରାଯାଉ ବୋଲି ସେଠାରେ ଗାଡ଼ି ପାର୍କିଂ କରୁଥିବା ଲୋକେ ଦାବି କରିଛନ୍ତି।

Accidentପ୍ରଥମ ମହଲାରୁ ଖସିପଡ଼ିଲା ବୋଲେରୋ

ଆଜି ଦୁର୍ଘଟଣାଗ୍ରସ୍ତ ହୋଇଥିବା ବୋଲେରୋଟିରେ କେବଳ ଡ୍ରାଇଭର ଥିଲେ। ସେଥିରେ ଅନ୍ୟକୌଣସି ବ୍ୟକ୍ତି ବସି ନଥିଲେ। ସେହିପରି ଗାଡ଼ିଟି ତଳେ ପଡ଼ିବା ବେଳେ ସେହି ସ୍ଥାନରେ କହି ନଥିଲେ। ନହେଲେ ଏକ ବଡ଼ ଅଘଟଣ ଘଟିଯାଇଥା’ନ୍ତା।

Advertisment
Accident