Advertisment

କାର୍‌ ଚଲା ଶିଖୁଥିଲେ, କେନାଲରେ ପଶିଗଲେ

ମିଳିଥିବା ସୂଚନା ଅନୁସାରେ ଆଜି ପୂର୍ବାହ୍ନରେ ଜ୍ୟୋତିରଞ୍ଜନ ବେହେରା କାର୍‌ ଚଳା ଶିଖୁଥିଲେ। କାର୍‌ଟି ଭାରସାମ୍ୟ ହରାଇ ଗଁଦିଆ ବ୍ଲକ୍‌ ସାପୁଆଝର କେନାଲରେ ପଶି ଯାଇଥିଲା।

author-image
Manoranjan Sial
DKL

Car

ବର୍ଷାରେ କାର୍‌ ଚଲା ଶିଖୁଥିଲେ। ଅସାବଧାନତା ଯୋଗୁ କାର୍‌ଟି କେନାଲ ଭିତରେ ପଶି ଯାଇଥିଲା। ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିଲେ ସୁଦ୍ଧା ଗୁରୁତର ଅବସ୍ଥାରେ କାର୍‌ ଭିତରୁ ଜଣଙ୍କୁ ଉଦ୍ଧାର କରାଯାଇଛି। ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପାଣି ଭିତାରୁ କାର୍‌କୁ ଉଦ୍ଧାର କରାଯାଇପାରିନି।

Advertisment

ମିଳିଥିବା ସୂଚନା ଅନୁସାରେ ଆଜି ପୂର୍ବାହ୍ନରେ ଜ୍ୟୋତିରଞ୍ଜନ ବେହେରା କାର୍‌ ଚଳା ଶିଖୁଥିଲେ। କାର୍‌ଟି ଭାରସାମ୍ୟ ହରାଇ ଗଁଦିଆ ବ୍ଲକ୍‌ ସାପୁଆଝର କେନାଲରେ ପଶି ଯାଇଥିଲା। ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି କାର୍‌ ଭିତରୁ ଜ୍ୟୋତିରଞ୍ଜନ ବେହେରାଙ୍କୁ ଉଦ୍ଧାର କରିଥିଲେ। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।

ସୂଚନାରୁ ପ୍ରକାଶ, ଗତ ଦୁଇ ଦିନ ହେଲା ଢେଙ୍କାନାଳ ଜିଲ୍ଲାରେ ପ୍ରବଳ ବର୍ଷା ହେଉଛି। ବର୍ଷା ଯୋଗୁ କେନାଲର ଜଳସ୍ତର ବଢ଼ିଛି। କେନାଲ୍‌ ଆଖପାଖ ଅଞ୍ଚଳ କାଦୁଅ ସରସର ହୋଇଛି। ଯେଉଁଥିପାଇଁ ଉଦ୍ଧାରକାରୀ ଦଳ ଜେସିବି ମେସିନ୍‌କୁ ସେଠାକୁ ନେଇ ପାରୁନାହାନ୍ତି। ତଥାପି କାର୍‌କୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବିଭାଗ ଉଦ୍ୟମ ଚଳାଇଛି। ସେପଟେ କାର୍‌ ଭିତରୁ ଜ୍ୟୋତିରଞ୍ଜନ ବେହେରାଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆଉ କେହି ଅଛନ୍ତି କି ନାହିଁ ଜଣାପଡ଼ିନାହିଁ। କାର ଉଦ୍ଧାର ପରେ ସ୍ପଷ୍ଟ ହେବ ବୋଲି ଅଗ୍ନିଶମ ବିଭାଗ କହିଛି।

Advertisment
Accident Roadaccident ‌Dhenkanal