Advertisment

ପୋଲରୁ ୨୦ ଫୁଟ୍ ତଳକୁ ଖସିପଡ଼ିଲା କାର୍, ୩ ଆହତ

ଗତକାଲି ରାତି ପ୍ରାୟ ୧ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା।

Accident

Accident

Advertisment

ସୁନ୍ଦରଗଡ଼ ଜିଲ୍ଲା ମହୁଲପଦା ଥାନା ଫୁଲଝର ନଗରିଆ ପୋଲରୁ ପ୍ରାୟ ୨୦ ଫୁଟ୍ ତଳକୁ ଏକ କାର୍ ଖସି ପଡ଼ିବାରୁ ୩ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

Advertisment

ଆହତମାନେ ହେଉଛନ୍ତି- କେନ୍ଦୁଝର ଜିଲ୍ଲା କାଦଡ଼ିଆ ଗାଁର ଅଜିତ ମାହାନ୍ତ, ଓମକାର ବେହେରା ଓ ଯଦୁମଣି ମହାକୁଡ଼। ଅଜିତ ଓ ଓମକାରଙ୍କ ଅବସ୍ଥା ଗୁରୁତର ରହିଛି। ଓମକାର କାର୍ ଚଲାଉଥିଲେ।

ଗତକାଲି ରାତି ପ୍ରାୟ ୧ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଏହି ତିନି ଜଣ କାଦଡ଼ିଆରୁ ରାଉଲକେଲା ଅଭିମୁଖେ ଯାଉଥିବା କାର୍‌ଟି ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡ଼ିଥିଲା।

Advertisment

ଆମ୍ବୁଲାନ୍ସ ଯୋଗେ ତିନି ଆହତଙ୍କୁ ବଣାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଥିବା ଅଜିତ ଓ ଓମକାରଙ୍କୁ ରାଉଲକେଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ମହୁଲପଦା ପୁଲିସ ଘଟଣାର ତଦନ୍ତ କରୁଛି।

Accident Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe