Advertisment

କାର୍‌ ସହ ପିଟି ହୋଇ ଜଳିଗଲା ବାଇକ୍‌, ୪ ଗୁରୁତର

ଏକ ବାଇକ୍‌ ସହ ଧକ୍କା ହେବା ପରେ ହୁତୁହୁତୁ ହୋଇ ଜଳି ଉଠିଲା କାର୍। ଏଥିରେ କାର୍‌ରେ ଥିବା ୪ ଜଣ ଗୁରୁତର ହୋଇଛନ୍ତି।

author-image
Niharika Rout
Car Fire

Car Fire

ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଜାମୁସାହି ନିକଟରେ ଆଜି ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ ବାଇକ୍‌ ସହ ଧକ୍କା ହେବା ପରେ ହୁତୁହୁତୁ ହୋଇ ଜଳି ଉଠିଲା କାର୍। ଏଥିରେ କାର୍‌ରେ ଥିବା ୪ ଜଣ ଗୁରୁତର ହୋଇଛନ୍ତି।

Advertisment

ପୁରୀରେ ନୂଆବର୍ଷ ପାଳନ ନିମନ୍ତେ ଏକ କାର୍‌ରେ ଛତିଶଗଡ଼ରୁ ୪ ସାଙ୍ଗ ପୁରୀ ଅଭିମୁଖେ ଆସୁଥିଲେ। କାର୍‌ଟି ଦ୍ରୁତ ଗତିରେ ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥରେ ଯାଉଥିବା ବେଳେ  ଜାମୁସାହି ନିକଟ ସାଳ ଭଙ୍ଗା ଜଙ୍ଗଲ ରାସ୍ତାରେ ଅପର ପାର୍ଶ୍ୱରୁ ଆସୁଥିବା ଏକ ବାଇକ୍‌ ସହ ଗାଡ଼ିଟିର ଧକ୍କା ହୋଇଥିଲା। ଏହାପରେ କାର୍‌ଟି ରାସ୍ତା କଡ଼ରେ ଥିବା ଏକ ଗଛରେ ପିଟି ହୋଇ ରାସ୍ତା ଉପରକୁ ଚାଲି ଆସିଥିଲା। ତତ୍‌କ୍ଷଣାତ ସେଥିରେ ନିଆଁ ଲାଗି ଯାଇଥିଲା।

ଗାଡ଼ିରେ ଥିବା ୪ ଜଣ ଦୁର୍ଘଟଣାରେ ଗୁରୁତର ହୋଇଥିବାରୁ ସେମାନେ କାର୍‌ରୁ ବାହାରି ପାରି ନ ଥିଲେ। ଏହାଦେଖି ଉକ୍ତ ରାସ୍ତା ଦେଇ ଯାଉଥିବା ଏକ ବସ୍‌ ଯାତ୍ରୀ କାର୍‌ରୁ ୪ ଜଣଙ୍କୁ ଉଦ୍ଧାର କରି  ଦଶପଲ୍ଲା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲେ। ସେଠାରୁ ସେମାନଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।

Advertisment

ଏହି ଦୁର୍ଘଟଣାରେ ବାଇକ୍‌ ଚାଳକ ସାମାନ୍ୟ ଆହତ ହୋଇଥିବା ବେଳେ ପଳାଇ ଯାଇଥିବା ଜଣାଯାଇଛି। ଦଶପଲ୍ଲା ପୁଲିସ୍‌ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। 

Nayagarh Fire Accident