Advertisment

ରାସ୍ତାକଡ଼ରେ ଛିଡ଼ା ହୋଇଥିବା ବେଳେ ୩ ଜଣଙ୍କୁ ପିଟି ଦେଲା କାର

ସୁନା ଦୋକାନ ଆଡ଼କୁ ମାଡ଼ି ଯାଇଥିଲା ଦୁର୍ଘଟଣା ଘଟାଇଥିବା କାର।

author-image
Jitendra Garnayak
Car

Car

ବୌଦ୍ଧ ଜିଲ୍ଲା ପୁରୁଣାକଟକରେ ଆଜି ଏକ କାର ତିନି ଜଣଙ୍କୁ ଧକ୍କା ଦେଇ ରାସ୍ତାକଡ଼ରେ ଥିବା ଏକ ସୁନା ଦୋକାନ ଆଡ଼କୁ ମାଡ଼ିଯାଇଥିଲା। ତେବେ କାରଟି ସୁନା ଦୋକାନ ଭିତରେ ପଶି ପାରିନଥିଲା। 

Advertisment

ଏହି ଦୁର୍ଘଟଣାରେ ୩ ଜଣ ଆହତ ହୋଇଥିବା ବେଳେ ସମସ୍ତଙ୍କ ଅବସ୍ଥା ଗୁରୁତର ରହିଛି। ଆହତମାନେ ହେଉଛନ୍ତି, ସସ୍ମିତା ବେହେରା (୧୫), ବାହାଲି ଗାଁର ଜୟନ୍ତୀ କହଁର (୪୫) ଓ ପୁରୁଣାକଟକର ଦେବକୀ ବେହେରା (୨୨)।

କାର୍‌ଟି ଭୁବନେଶ୍ୱର ପଟରୁ ଦ୍ରୁତ ଗତିରେ ବୌଦ୍ଧ ଆଡ଼କୁ ଯାଉଥିବା ବେଳେ ପୁରୁଣାକଟକ ମାର୍କେଟରେ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ସସ୍ମିତା, ଜୟନ୍ତୀ ଓ ଦେବକୀଙ୍କୁ ଧକ୍କା ଦେଇ ଏକ ସୁନା ଦୋକାନ ଆଡ଼କୂ ମାଡ଼ି ଯାଇଥିଲା। ତେବେ ସୁନା ଦୋକାନଟି ଉଚ୍ଚରେ ଥିବାରୁ କାରଟି ଭିତରେ ପଶି ପାରିନଥିଲା। ତେଣୁ ସୁନା ଦୋକାନଟିର କିଛି କ୍ଷୟକ୍ଷତି ହୋଇନାହିଁ।

Advertisment

କାର ଧକ୍କାରେ ଆହତ ତିନି ଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ପୁରୁଣାକଟକ ପୁଲିସ କାରକୁ ଜବତ କରିବା ସହିତ ଚାଳକଙ୍କୁ ଅଟକ ରଖି ପଚରାଉଚରା କରୁଛି। 

ରିପୋର୍ଟ- ବୌଦ୍ଧରୁ ଦୀପକ ଅଦର 

Accident