/odisha-reporter/media/post_attachments/uploadimage/library/16_9/16_9_0/Bike_1697459449.jpg)
Bike
ଅନୁଗୋଳ ବ୍ଲକ ଅନ୍ତର୍ଗତ ଛେଳିଆପଡ଼ା ଛକ ନିକଟରେ ଆଜି କାର୍ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଅକ୍ଷୟ ନାଏକ। ତାଙ୍କ ଘର ଫୁଲପଡ଼ା ଗାଁରେ।
Advertisment
ସେ ଜଣେ ବ୍ୟବସାୟୀ ବୋଲି ଜଣାପଡ଼ିଛି। ସେ ବାଇକ୍ ଯୋଗେ ଅପରାହ୍ନରେ ଘରକୁ ଫେରୁଥିବା ବେଳେ ଏକ୍ କାର୍ ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଅକ୍ଷୟଙ୍କ ମୃତ୍ୟୁ ଘଟିଥିଲା।
ଦୁର୍ଘଟଣା ଘଟାଇବା ପରେ କାର୍ ଡ୍ରାଇଭର ଓ ସେଥିରେ ବସିଥିବା ଯାତ୍ରୀମାନେ ଫେରାର ହୋଇଯାଇଥିଲେ। ତେବେ କାର୍ଟି ଘଟଣାସ୍ଥଳରେ ଅଛି।
Advertisment
ଅକ୍ଷୟଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ଦେବା ଦାବିରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି। ଅକ୍ଷୟଙ୍କ ସମ୍ପର୍କୀୟ ଓ ପରିବାର ଲୋକେ ଏଥିରେ ସାମିଲ ଅଛନ୍ତି। ଫଳରେ ଉକ୍ତ ରାସ୍ତାରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି।
ରିପୋର୍ଟ- ଅନୁଗୋଳରୁ ବିରଜା ପ୍ରସାଦ ଦାଶ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
