Advertisment

ପରିବା ବ୍ୟବସାୟୀଙ୍କୁ ଧକ୍କା ଦେଇ ବିଦ୍ୟୁତ୍ ଖୁଣ୍ଟରେ ପିଟି ହେଲା କାର

କ୍ଷତିପୂରଣ ଦାବି କରି ସ୍ଥାନୀୟ ଲୋକେ ଜାତୀୟ ରାଜପଥ ଅବରୋଧ କରିଥିଲେ।

ଅଦ୍ୟତନ ହୋଇଛି
Accident

Accident

Advertisment

ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ସୁବଳିଆ ଛକ ନିକଟରେ ଆଜି ସକାଳେ କାର ଧକ୍କାରେ ଜଣେ ପରିବା ବ୍ୟବସାୟୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ ବସନ୍ତ ଦାସ। ତାଙ୍କ ଘର ସୁବଳିଆ ଗାଁରେ। 

Advertisment

କାର୍‌ଟି ଭୁବନେଶ୍ୱରରୁ ଫୁଲବାଣୀ ଅଭିମୁଖେ ଯାଉଥିବା ବେଳେ ସୁବଳିଆ ଛକ ନିକଟରେ ସାଇକେଲରେ ଯାଉଥିବା ବସନ୍ତ ଦାସଙ୍କୁ ଧକ୍କା ଦେଇଥିଲା। ଏହା ପରେ କାର୍‌ଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟରେ ପିଟି ହୋଇଥିଲା। 

କାର୍‌ ଧକ୍କାରେ ପରିବା ବ୍ୟବସାୟୀ ବସନ୍ତ ଦାସ ଗୁରୁତର ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ସେଠାରୁ ତାଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। 

Advertisment

ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ କାର୍ ଚାଳକଙ୍କୁ ଧରି ପୁଲିସ୍ ଜିମାରେ ଦେଇଥିଲେ। ଏହା ସହିତ ସେମାନେ ରାସ୍ତାରୋକ କରିଥିଲେ। କ୍ଷତିପୂରଣ ଦାବି କରି ସେମାନେ ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ଦଶପଲ୍ଲା ପୁଲିସ ସେମାନଙ୍କୁ ବୁଝାସୁଝା କରିବା ପରେ ସେମାନେ ହଟି ଥିଲେ। ତା’ପରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିଲା। 

Accident Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe