Advertisment

ଫଳ ଦୋକାନ ଉପରେ ମାଡ଼ିଗଲା ଫ୍ଲାଇଂ ସ୍କ୍ୱାର୍ଡ ଗାଡ଼ି, ଭିତରେ ଥିଲେ ଦୋକାନୀ

ଗତକାଲି ବିଳମ୍ବିତ ରାତିରେ ନିର୍ବାଚନ ପରିଚାଳନାରେ ନିୟୋଜିତ ଫ୍ଲାଇଂ ସ୍କ୍ୱାର୍ଡ ଗାଡ଼ି ଆଙ୍ଗୁଲାଇ ବଜାର ଅତିକ୍ରମ କରୁଥିଲା। ଉକ୍ତ ସମୟରେ ଗାଡ଼ିଟି ଏକ ଫଳ ଦୋକାନ ଉପରେ ମାଡ଼ି ଯାଇଥିଲା।

author-image
Niharika Rout
Accident

Accident

ଫଳ ଦୋକାନ ଉପରେ ମାଡ଼ିଗଲା ଫ୍ଲାଇଂ ସ୍କ୍ୱାର୍ଡ ଗାଡ଼ି । ଏହି ଦୁର୍ଘଟଣାରୁ ଦୋକାନୀ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ତାତିଲେ ଲୋକେ। ଏପରି ଏକ ଘଟଣା କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଆଙ୍ଗୁଲାଇ ବଜାରରେ ଘଟିଛି।

Advertisment

ଗତକାଲି ବିଳମ୍ବିତ ରାତିରେ ନିର୍ବାଚନ ପରିଚାଳନାରେ ନିୟୋଜିତ ଫ୍ଲାଇଂ ସ୍କ୍ୱାର୍ଡ ଗାଡ଼ି ଆଙ୍ଗୁଲାଇ ବଜାର ଅତିକ୍ରମ କରୁଥିଲା। ଉକ୍ତ ସମୟରେ ଗାଡ଼ିଟି ଦ୍ରୁତ ଗତିରେ ଥିବା ବେଳେ ଡ୍ରାଇଭର ଭାରସାମ୍ୟ ହରାଇ ବସିଥିଲେ। ଫଳରେ ଗାଡ଼ିଟି ଏକ ଫଳ ଦୋକାନ ଉପରେ ମାଡ଼ି ଯାଇଥିଲା।

ଉକ୍ତ ସମୟରେ ଦୋକାନୀଜଣକ ଫଳ ଦୋକାନରେ ଥିଲେ ବି ସେ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି। ମାତ୍ର ତାଙ୍କ ଦୋକାନଟି ସମ୍ପୂର୍ଣ୍ଣ ଭାଙ୍ଗି ଚୂରମାର ହୋଇ ଯାଇଛି।

Advertisment

ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ଦୋକାନୀଙ୍କୁ କ୍ଷତିପୂରଣ ଦେବାକୁ ଦାବି ହୋଇଥିଲା। ସ୍ଥାନୀୟ ପ୍ରଶାସନ ଓ ପୁଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଛନ୍ତି। ଏହାପରେ ଫ୍ଲାଇଂ ସ୍କ୍ୱାର୍ଡ ଟିମ୍‌ ଘଟଣାସ୍ଥଳରୁ ଚାଲି ଯାଇଥିବା ଜଣାଯାଇଛି।

Kendrapada Road Accident