Advertisment

ୟୁ-ଟର୍ନ ନେଉଥିଲା ସ୍କୁଟି, ପଛରୁ ପିଟିଲା କାର୍!

ସ୍କୁଟି ଚାଳକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି।

Car and Scooty

Car and Scooty

Advertisment

ଭୁବନେଶ୍ୱରର ଉତ୍କଳ ହସ୍‌ପିଟାଲ୍‌ ନିକଟରେ ଏକ ସ୍କୁଟି ଓ କାର୍‌ ମଧ୍ୟରେ ହୋଇଛି ଧକ୍କା। ଏଥିରେ ସ୍କୁଟି ଚାଳକ ଓ କାର୍ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ସ୍କୁଟିଟି ୟୁ ଟର୍ନ ନେଉଥିବା ବେଳେ କାର୍‌ଟି ଏହାକୁ ପଛ ପଟୁ ପିଟି ଦେଇଥିଲା। କାର୍‌ଟି ଏତେ ଜୋରରେ ଧକ୍କା ଦେଇଥିଲା ଯେ ସ୍କୁଟିଟି ଚୁରମାର ହୋଇଯାଇଛି। କାରର ସମ୍ମୁଖ ଭାଗ ମଧ୍ୟ ନଷ୍ଟ ହୋଇଯାଇଛି।

କାର୍‌ ଧକ୍କାରେ ସ୍କୁଟି ଚାଳକ କିଛି ବାଟ ଘୋଷାଡ଼ି ହୋଇ ଯାଇ ପଡ଼ିଥିଲେ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି। ପୁଲିସ୍ ଘଟଣାସ୍ଥଳ ଯାଞ୍ଚ କରିବା ସହିତ ଘଟଣାର ତଦନ୍ତ କରୁଛି।

Advertisment
Accident Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe