Advertisment

ଗଛରେ ପିଟି ହେଲା କାର୍‌; ଚାଲିଗଲା ଦୁଇ ଜୀବନ

ଭାରସାମ୍ୟ ହରାଇ ଆମ୍ବ ଗଛରେ ଏକ କାର୍‌ ପିଟି ହୋଇ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ କାର୍‌ ଡ୍ରାଇଭର ଗୁରୁତର ହୋଇଛନ୍ତି।

author-image
Niharika Rout
Accident

Accident

ପୁରୀ ଜିଲ୍ଲା କୋଣାର୍କ ଥାନା ଅନ୍ତର୍ଗତ ଜୁଣେଇ ବଜାର ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଘଟିଛି। ଭାରସାମ୍ୟ ହରାଇ ଆମ୍ବ ଗଛରେ ଏକ କାର୍‌ ପିଟି ହୋଇ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ କାର୍‌ ଡ୍ରାଇଭର ଗୁରୁତର ହୋଇଛନ୍ତି।

Advertisment

ମୃତକଦ୍ୱୟ ହେଲେ ଭୁବନେଶ୍ୱର ପ୍ରଦୀପ୍ତ ବେହେରା ଓ କଟକ ଜିଲ୍ଲା କଣ୍ଟାପଡା ର ବିଶ୍ୱଜିତ ସାହୁ । ଗୁରୁତର ହୋଇଥିବା ଡ୍ରାଇଭର ଜଣକ ନିଆଳି ବ୍ଲକ ନୂଆପଟଣା ଗାଁର ତାପସ ସାହୁ ବୋଲି ଜଣାଯାଇଛି।

ଗତ ରାତି ପ୍ରାୟ ଦେଢଟା ସମୟରେ ଭୁବନେଶ୍ୱରରୁ କୋଣାର୍କ ଅଭିମୁଖେ କାର୍‌ଟି ଯାଉଥିଲା। ଜୁଣେଇ ବଜାର ନିକଟରେ ଭାରସାମ୍ୟ ହରାଇ କାର୍‌ଟି ରାସ୍ତା ପାର୍ଶ୍ୱରେ ଥିବା ଏକ ଆମ୍ବ ଗଛରେ ପିଟି ହୋଇ ଯାଇଥିଲା।

Advertisment

କାର୍‌ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାବେ ଚାପି ହୋଇ ଯାଇଥିବା ବେଳେ କାର୍‌ ଭିତରେ ସମସ୍ତେ ଚିପି ହୋଇଯାଇଥିଲେ । ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେବାପରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚିଥିଲେ। ଏହାପରେ ସେମାନେ ଗ୍ୟାସ କଟରରେ ଦୁଇ ମୃତକ ଓ ଡ୍ରାଇଭରଙ୍କୁ ଗାଡିରୁ କାଢି ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ । ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଛି।

ଖବର ପାଇ ପୁଲିସ୍‌ ପହଞ୍ଚି ଦୁର୍ଘଟଣାଗ୍ରସ୍ତ କାର୍‌କୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Ganjam Accident