Advertisment

କାଉଡ଼ିଆଙ୍କ ଉପରେ ଚଢ଼ିଗଲା କାର୍‌; ମହିଳା ମୃତ, ୨ ଗୁରୁତର

କାଉଡ଼ିଆମାନେ ଯାଉଥିବା ବେଳେ ପଛରୁ ଦ୍ରୁତ ଗତିରେ ଆସୁଥିବା ଏକ କାର୍‌ ସେମାନଙ୍କ ଉପରେ ଚଢ଼ି ଯାଇଥିଲା।

ଅଦ୍ୟତନ ହୋଇଛି
Accident

Accident

Advertisment

ଶ୍ରାବଣ ମାସ ଦ୍ୱିତୀୟ ସୋମବାରରେ ମହାଦେବଙ୍କୁ ଜଲଲାଗି କରିବାକୁ ଘରୁ ବାହାରିଥିଲେ। ପାଣି ଧରି ରାସ୍ତାରେ ଆଗକୁ ଆଗକୁ ଗୋଡ଼ ବଢ଼ାଉଥିଲେ। ହେଲେ ଜାଣି ନ ଥିଲେ ମହାଦେବଙ୍କ ନିକଟରେ ପହଞ୍ଚିବା ପୂର୍ବରୁ ଘଟିଯିବ ଅଘଟଣ । ମଝି ରାସ୍ତାରେ ହିଁ ଘଟିଗଲା ଦୁର୍ଘଟଣା ଓ ଚାଲିଗଲା ଜଣେ ମହିଳା କାଉଡ଼ିଆଙ୍କ ଜୀବନ । ଏଥିରେ ଆଉ ୨ କାଉଡ଼ିଆ ଗୁରୁତର ହୋଇଛନ୍ତି। ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ତହସିଲ ଛକ ନିକଟରେ ଗତକାଲି ଘଟିଛି।

Advertisment

 ମୃତ ମହିଳା କାଉଡିଅଜଣଙ୍କ ହେଲେ ବସପଦା ଜିହ୍ନିପୁରର ଚିନ୍ମୟୀ ବେହେରା । ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର ହୋଇଥିବା ଦୁଇ କାଉଡ଼ିଆ ହେଲେ ଦୀପ୍ତିରଞ୍ଜନ ରାଉତ ଓ ପୂର୍ଣ ଚନ୍ଦ୍ର ବେହେରା।

ଗତକାଲି ୩୭ଜଣ କାଉଡ଼ିଆ ଭକ୍ତ ନିଶ୍ଚିନ୍ତକୋଇଲି ତହସିଲ ଛକ ନିକଟ ବାବୁଜଙ୍ଗରୁ ପାଣି ଉଠାଇଥିଲେ। ସେଠାରୁ ସେମାନେ ପାଇକରାପୁର ସିଦ୍ଧେଶ୍ୱର ମହାଦେବଙ୍କ ପାଖକୁ ଯାଉଥିଲେ। ମାତ୍ର କାଉଡ଼ିଆମାନେ ନିଶ୍ଚିନ୍ତକୋଇଲି ତହସିଲ ଛକ ନିକଟରେ ହୋଇଥିବା ବେଳେ ପଛରୁ ଦ୍ରୁତ ଗତିରେ ଆସୁଥିବା ଏକ କାର୍‌ ସେମାନଙ୍କ ଉପରେ ଚଢ଼ି ଯାଇଥିଲା।

Advertisment

ଏହାପରେ କାର୍‌ଟି ଭାରସାମ୍ୟ ହରାଇ କାଉଡ଼ିଆମାନଙ୍କ ସହ ଯାଉଥିବା ପିକଅପ ଭ୍ୟାନରେ ପିଟି ହୋଇଗଲା। ଏହାପରେ ଖବର ପାଇ ତୁରନ୍ତ ସ୍ଥାନୀୟ ଲୋକେ ୩ ଜଣଙ୍କୁ ନିଶ୍ଚିନ୍ତକୋଇଲି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ମହିଳାଙ୍କୁ ମୃତ ଘୋଷଣା କରିଥିଲେ। ଏଥିସହ ଗୁରୁତର ୨ ଜଣଙ୍କୁ କଟକ ବଡ ମେଡିକାଲକୁ ରେଫର କରାଯାଇଛି। ସେଠାରେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି ।

ଘଟଣା ଘଟିବା ପରେ କାର୍‌ ଡ୍ରାଇଭରକୁ ଅଟକ ରଖି ନିଶ୍ଚିନ୍ତକୋଇଲି ପୁଲିସ ଅଧିକ ତଦନ୍ତ କରୁଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି।

Cuttack Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe