Advertisment

ସ୍କୁଟିକୁ ପିଟିଲା କାର୍‌, ଚାଲିଗଲା ଚାଳକଙ୍କ ଜୀବନ

ଏକ ବାଇକ୍‌କୁ ପିଟିଲା କାର୍‌ । ଏହି ଦୁର୍ଘଟଣାରେ ସ୍କୁଟି ଚାଳକଙ୍କର ଘଟଣାସ୍ଥଳରେ ମୃତ୍ୟ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି।

Accident

Accident

Advertisment

ବାଲେଶ୍ୱର ଜିଲ୍ଲା ଜଳେଶ୍ୱରର କମର୍ଦା ଥାନା ଛଣପୋଖରୀ ନିକଟରେ ଆଜି ଭୋରରୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ବାଇକ୍‌କୁ ପିଟିଲା କାର୍‌ । ଏହି ଦୁର୍ଘଟଣାରେ ସ୍କୁଟି ଚାଳକଙ୍କର ଘଟଣାସ୍ଥଳରେ ମୃତ୍ୟ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି। ମୃତକଙ୍କ ଘର ପଶ୍ଚିମବଙ୍ଗରେ ବୋଲି ଜଣାଯାଇଛି।

Advertisment

ଆଜି ସକାଳେ ସ୍କୁଟିରେ ଦୁଇ ଯୁବକ କମର୍ଦ୍ଦାରୁ ସମ୍ପର୍କୀୟଙ୍କ ଘରୁ ପଶ୍ଚିମବଙ୍ଗସ୍ଥିତ ନିଜ ଘରକୁ ଫେରୁଥିଲେ। ହଠାତ୍‌ ଛଣପୋଖରୀ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ କାର୍‌ ସ୍କୁଟିକୁ ମୁହାଁମୁହିଁ ପିଟିଥିଲା। ଫଳରେ ଘଟଣାସ୍ଥଳରେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଥିଲା।

ଏଥିସହ ସ୍କୁଟିରେ ଥିବା ଅନ୍ୟ ଜଣେ ଯୁବକ ଓ ରାସ୍ତା ପାର୍ଶ୍ୱରେ ଯାଉଥିବା ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ଉକ୍ତ କାର୍‌ଟି ଚନ୍ଦନେଶ୍ୱର ପଟୁ ଜଳେଶ୍ୱର ଅଭିମୁଖେ ଆସୁଥିବା ବେଳେ ସେଥିରେ ପଶ୍ଚିମବଙ୍ଗ ନମ୍ବର ଥିବା ଜଣାଯାଇଛି। 

Advertisment

ଏହି ଦୁର୍ଘଟଣା ପରେ କାର୍‌ରେ ଥିବା ଡ୍ରାଇଭର ଓ ଏକ ଦମ୍ପତି ଗାଡ଼ି ଛାଡ଼ି ଫେରାର ହୋଇ ଯାଇଛନ୍ତି। ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଦ୍ୱୟଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଛନ୍ତି । ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଉଭୟ କାର୍‌ ଓ ସ୍କୁଟିକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

Balasore Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe