Accident
ବେପରୁଆ ଗାଡ଼ି ଚାଳନା ଯୋଗୁ ଉଡ଼ିଲା ଟ୍ରାଫିକ ପୋଷ୍ଟ । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ଡମଣା ଛକରେ ଘଟିଛି ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୨ଜଣ ଗୁରୁତର ହୋଇଛନ୍ତି ।
Advertisment
ଗତକାଲି ବିଳମ୍ବିତ ରାତିରେ କେଳୁଚରଣ ପାର୍କ ପଟୁ କାରଟି ଦ୍ରୁତ ଗତିରେ ଆସୁଥିବା ବେଳେ ଡମଣା ଟ୍ରାଫିକ ପୋଷ୍ଟରେ ପିଟି ହୋଇଥିଲା। କାର୍ଟି ଭାରସାମ୍ୟ ହରାଇ ସିଧା ଟ୍ରାଫିକ ପୋଷ୍ଟକୁ ଧକ୍କା କରିବା ସହ ଅପରପାର୍ଶ୍ୱରେ ଥିବା ଡିଭାଇଡର ଉପରେ ଚଢ଼ି ଯାଇଥିଲା। ଏହି ଦୁର୍ଘଟଣାରେ ଡ୍ରାଇଭରଙ୍କ ସମେତ ଦୁଇ ଜଣ ଗୁରୁତର ହୋଇଛନ୍ତି।
ଖବର ପାଇ ଚନ୍ଦ୍ରଶେଖରପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଇବା ସହ ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଜବତ କରିଥିଲା ।
Advertisment
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଗାଡ଼ିରେ ଥିବା ଉଭୟ ଯୁବକ ଯୁବତୀ ମଦ୍ୟପାନ କରିଥିବା ଭଳି ଜଣା ପଡୁଥିଲା । ତେବେ ଏନେଇ ପୁଲିସର ପ୍ରତିକ୍ରିୟା ମିଳିପାରିନି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
