Advertisment

Accident: କଣ୍ଟେନରକୁ ପିଟିଲା, ତା’ପରେ ଦୋକାନକୁ ପିଟିଲା

ବାଲେଶ୍ୱର ଜିଲ୍ଲା ସୋର ଥାନା ତଳନଗରରେ ୧୬ ନମ୍ବର ଜାତୀୟ ରାଜପଥରେ ଏକ ଦୁର୍ଘଟଣା ଘଟି ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ୫ ଜଣ ଏକ କାରରେ ଥିଲେ। ଗତକାଲି ବିଳମ୍ବିତ ରାତିରେ କାରଟି ମୟୁରଭଞ୍ଜ ଜିଲ୍ଲା ବେତନଟୀରୁ ପୁରୀ ଅଭିମୁଖେ ଯାଉଥିଲା।

author-image
Jitendra Garnayak
Car Accident

ବାଲେଶ୍ୱର ଜିଲ୍ଲା ସୋର ଥାନା ତଳନଗରରେ ୧୬ ନମ୍ବର ଜାତୀୟ ରାଜପଥରେ ଏକ ଦୁର୍ଘଟଣା ଘଟି ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ୫ ଜଣ ଏକ କାରରେ ଥିଲେ। 

Advertisment

ଗତକାଲି ବିଳମ୍ବିତ ରାତିରେ କାରଟି ମୟୁରଭଞ୍ଜ ଜିଲ୍ଲା ବେତନଟୀରୁ ପୁରୀ ଅଭିମୁଖେ ଯାଉଥିଲା। ରାତି ପ୍ରାୟ ୪ଟା ବେଳେ ତଳନଗରଠାରେ କାରଟି ପ୍ରଥମେ ଏକ ଚଳନ୍ତା କଣ୍ଟେନର ପଛରେ ପିଟି ହୋଇଥିଲା। ତା’ପରେ ଏହା ଜାତୀୟ ରାଜପଥ କଡ଼ରେ ଥିବା ଏକ ଦୋକାନରେ ପିଟି ହୋଇଥିଲା। କାରଟି ପୂରା ଚୁରମାର ହୋଇଯାଇଥିଲା।

ଜାତୀୟ ରାଜପଥ ପାଟ୍ରୋଲିଂ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସ ଡକାଇ ଆହତମାନଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ୫ ଆହତଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେଥିପାଇଁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। 

Advertisment

ଅନ୍ୟପକ୍ଷରେ ଗତକାଲି ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବଡ଼ ଘାଟିରେ ଏକ ଟ୍ରେଲର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଟ୍ରେଲରଟି ଘାଟିରୁ ପ୍ରାୟ ୩୦ ଫୁଟ ତଳକୁ ଖସିପଡ଼ିଥିଲା। ଏହି ଦୁର୍ଘଟଣାରେ ଟ୍ରେଲର ଡ୍ରାଇଭର ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଟ୍ରେଲରଟି ବିଶାଖାପାଟଣାରୁ କୋଲକାତା ଯାଉଥିବା ବେଳେ ଭାରସାମ୍ୟ ହରାଇ ଘାଟିରୁ ଖସି ପଡ଼ିଥିଲା।