Advertisment

ଚିଲିକା ବୁଲି ଯାଉଥିଲେ, ଟ୍ରେଲର୍ ପଛରେ ପଶିଗଲା କାର୍

କାରରେ ୨ ଜଣ ଯୁବକ ଓ ୨ ଜଣ ଯୁବତୀ ଥିଲେ।

author-image
Jitendra Garnayak
Accident

Accident

ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଗୌରଚନ୍ଦ୍ରପୁର ଛକ ନିକଟରେ ୧୬ ନମ୍ବର ଜାତୀୟ ରାଜପଥରେ ଏକ ଟ୍ରେଲରକୁ କାରଟିଏ ପଛରୁ ଧକ୍କା ଦେବା ଫଳରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୩ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୨ ଜଣ ଯୁବତୀ ଅଛନ୍ତି।

Advertisment

ମୃତ ଯୁବକଙ୍କ ନାଁ ଅମରଜ୍ୟୋତି ରାଉତ (୨୮)। ତାଙ୍କ ଘର ଭଦ୍ରକ ଜିଲ୍ଲା ଧାମନଗର ଅଞ୍ଚଳରେ ବୋଲି ଜଣାପଡ଼ିଛି। ଗୁରୁତର ଆହତ ହୋଇଥିବା ଅନ୍ୟ ଜଣେ ଯୁବକଙ୍କ ନାଁ ଦିପ୍ତୀ ସାମନ୍ତରାୟ (୨୪)। ତାଙ୍କ ଘର କେନ୍ଦ୍ରାପଡ଼ାରେ। ସେହିପରି ଆହତ ଯୁବତୀ ଦ୍ୱୟ ହେଉଛନ୍ତି କଳାହାଣ୍ଡିର ରଞ୍ଜିତା ନାୟକ ଓ କୋମଲ ଶର୍ମା।

ଏମାନେ ସମସ୍ତେ ଭୁବନେଶ୍ୱରରେ ରହନ୍ତି। ଆଜି କାର୍ ଯୋଗେ ଚିଲିକା ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ।

Advertisment

ଦୁର୍ଘଟଣା ଘଟିବା ପରେ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଅଗ୍ନିଶମ ବାହିନୀ କର୍ମଚାରୀଙ୍କ ସହଯୋଗରେ ପାଖ ଡାକ୍ତରଖାନାକୁ ପଠାଇଥିଲେ। ସେଠାରେ ଅମରଜ୍ୟୋତିଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ତିନି ଆହତଙ୍କୁ ଭୁବନେଶ୍ୱର ଏମ୍‌ସକୁ ସ୍ଥାନାନ୍ତର କରାଯାଇଛି। 

ଚାନ୍ଦପୁର ଥାନା ପୁଲିସ୍ ପକ୍ଷରୁ ଘଟଣାର ତଦନ୍ତ କରାଯାଉଛି।

ରଣପୁରରୁ ଆଲୋକ ମହାରଣାଙ୍କ ରିପୋର୍ଟ

Accident Road Accident