Advertisment

ଓଭରଟେକ୍‌ କଲା କାର୍‌, ପିଟିଦେଲା ବସ୍‌

କାର୍‌ଟି ହଠାତ୍‌ ବ୍ରେକ୍‌ ମାରିବାରୁ ପଛରେ ଥିବା ବସ୍‌ଟି କାର୍‌କୁ ପିଟି ଦେଇଥିଲା।

author-image
Niharika Rout
Accient

Accient

ଦ୍ରୁତ ଗତିରେ ଯାଉଥିବା ଏକ ବସ୍‌କୁ ଓଭରଟେକ୍‌ କଲା କାର୍‌ । ଏହାପରେ କାର୍‌ଟି ହଠାତ୍‌ ବ୍ରେକ୍‌ ମାରିବାରୁ ପଛରେ ଥିବା ବସ୍‌ଟି କାର୍‌କୁ ପିଟି ଦେଇଥିଲା। ଏହି ଦୁର୍ଘଟଣାରେ ଉଭୟ ଗାଡ଼ି କ୍ଷତିଗ୍ରସ୍ତ ହୋଇଥିବା ବେଳେ ଯାତ୍ରୀମାନେ କିନ୍ତୁ ଆହତ ହୋଇ ନ ଥିବା ଜଣାଯାଇଛି। ଏପରି ଏକ ଦୁର୍ଘଟଣା ଆଜି ସକାଳେ ଗଞ୍ଜାମ ଜିଲ୍ଲା ପାଟପୁର୍ ଥାନା ତପ୍ତପାଣି ଘାଟି ପାଳୁଖୋଳା ଗାଁ ନିକଟରେ ଘଟିଛି ଏହି ଦୁର୍ଘଟଣା ।

Advertisment

କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡିରୁ ‘ବିକ୍ରାନ୍ତ’ ନାମକ ଘରୋଇ ବସ୍ ଆଜି ସକାଳେ ୫୦ ଯାତ୍ରୀଙ୍କୁ ଧରି ବ୍ରହ୍ମପୁର ଅଭିମୁଖେ ଯାଉଥିଲା। ଉକ୍ତ ସମୟରେ ପାଳୁଖୋଳା ଗାଁ ନିକଟରେ ପଛରୁ ଆସୁଥିବା ଏକ କାର୍‌ ବସ୍‌କୁ ଦ୍ରୁତ ଗତିରେ ଅତିକ୍ରମ କରିବାକୁ ଚେଷ୍ଟା କରିଥିଲା। କାର୍‌ଟି ବସ୍‌କୁ ଅତିକ୍ରମ କରିବା ପରେ ସାମନା ପଟୁ ଏକ ବସ୍‌ ଆସୁଥିବା ଦେଖି ହଠାତ୍‌ ଅଟକି ଯାଇଥିଲା।

ଉକ୍ତ ସମୟରେ ପଛରେ ଦ୍ରୁତ ଗତିରେ ବସ୍‌ଟି ଆସୁଥିବା ବେଳେ ଡ୍ରାଇଭର ନିୟନ୍ତ୍ରଣ ହରାଇ ବସିଲେ । ଫଳରେ ବସ୍‌ଟି କାର୍‌ ପଛ ପଟେ ପିଟି ହୋଇ ଯାଇଥିଲା। କାର୍‌ରେ ୫ ଜଣ ତୀବତୀୟ ଥିବା ଜଣାଯାଇଛି। ଏହି ଦୁର୍ଘଟଣାରେ ବସ୍‌ ଓ କାର୍‌ ଯାତ୍ରୀଙ୍କ ମଧ୍ୟରୁ କେହି ବି ମୃତାହତ କିମ୍ବା ଆହତ ହୋଇ ନ ଥିବା ଜଣାଯାଇଛି।

Advertisment

ଏହି ଦୁର୍ଘଟଣା ପରେ ବସ୍‌ ଯାତ୍ରୀଙ୍କୁ ଅନ୍ୟ ଗାଡ଼ିରେ ଗନ୍ତବ୍ୟ ସ୍ଥଳ ଅଭିମୁଖେ ପଠାଇ ଦିଆଯାଇଛି। ପାଟପୁର ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।  

Ganjam Roadaccident